କିଏ ହେବ ପରବର୍ତ୍ତୀ ଉପରାଷ୍ଟ୍ରପତି: ଚର୍ଚ୍ଚାରେ ଏହି ତିନୋଟି ନାଁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଜେପିର ଆଉ ଏକ ମାଷ୍ଟର ଷ୍ଟ୍ରୋକ୍ । ନିକଟରେ ରାଷ୍ଟ୍ରପତି ପ୍ରାର୍ଥୀ ଦେଇ ଆଦିବାସୀ କାର୍ଡ ଖେଳିଥିବା ବେଳେ ଏବେ ନଜର ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ଉପରେ । ଉପରାଷ୍ଟ୍ରପତି ଦୈଡରେ ଏନଡିଏର ୩ ସାମ୍ଭାବ୍ୟ ପାର୍ଥୀକୁ ନେଇ ଚାଲିଛି ଚର୍ଚ୍ଚା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

କେନ୍ଦ୍ରମନ୍ତ୍ରୀ ମୁଖତାର ଆଦ୍ଦାସ୍ ନଖଭୀ , ଭଙ୍କେୟା ନାଇଡୁଙ୍କୁ ବି ରିପିଟ୍ କରିପାରେ ଏନଡିଏ ! ରାଷ୍ଟ୍ରପତି ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱଧୀନ ଏନ୍ଡିଏ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ରାଜନୈତିକ ମହଲାରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ଚର୍ଚ୍ଚାର ସବୁଠୁ ଆଗରେ ରହିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।

କଂଗ୍ରେସ ଛାଡିବା ପରେ ପଞ୍ଜାବ ଲୋକ କଂଗ୍ରେସ ନାଁରେ ଗଢିଥିବା ନୂଆ ଦଳକୁ ଅମରେନ୍ଦ୍ର ବିଜେପି ସହ ମିଶ୍ରଣ କରିଥିବା ନେଇ ଚର୍ଚ୍ଚା ହେବା ପରେ ଉପରଷ୍ଟ୍ରପତି ଦୈଡରେ ତାଙ୍କ ନାଁ ଆହୁରି ଜୋରରେ ଚର୍ଚ୍ଚା ହେଉଛି । ଯଦି ଏନଡିଏ ଅମରେନ୍ଦ୍ର ସିଂଙ୍କୁ ଉପରଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରେ ତେବେ ସିଖ ଭୋଟରଙ୍କୁ ବିଜେପି ପ୍ରଭାବିତ କରିବା ସହ ଆଗାମୀ ନିର୍ବାଚନରେ ବି ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଯାହାକୁ ନେଇ ରାଜନୈତିକ ସଂଶୟ ଦ୍ୱିଗୁଣିତ ହୋଇଛି ।

ଅମରେନ୍ଦ୍ର ସିଂ ଙ୍କ ଭଳି ମଧ୍ୟପ୍ରଦେଶର ଚାରି ଚାରି ଥର ହୋଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନଙ୍କ ନା ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବିଜେପି ରାଜନୀତିରେ ଶିବରାଜ ସିଂହ ଚୈହାନ ହେଉଛନ୍ତି ଜଣେ ଟାଣୁଆ ନେତା ଦେଶର ନେତୃତ୍ୱ ନେବାଭଳି ତାଙ୍କର ସାମର୍ଥ୍ୟ ସହିଛି । ସେହିପରି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିବା ମୁଖତାର ଆଦ୍ଦାସ୍ ନଖଭୀଙ୍କ ନାଁ କୁ ବି ସାମ୍ନାକୁ ଆଣିପାରେ ବିଜେପି ।

ରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ ମହିଳା ଦ୍ରୈପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଜଣେ ସଂଖ୍ୟାଲଘୁ ନେତାଙ୍କୁ ପ୍ରର୍ଥୀ କରି ଏକ ସକରାତ୍ମକ ବାର୍ତ୍ତା ଦେଇପାରେ । ଏହି ତିନି ଜଣଙ୍କ ନାଁ ବାଦ୍ ବର୍ତ୍ତମାନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପୁଣି ଥରେ ରିପିଟ୍ କରିପାରେ ଏନଡିଏ ଅର୍ଥାତ ଏହି ଚାରି ଜଣଙ୍କ ମଧ୍ୟରୁ ଜଣେ ଉପରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ସଂସଦରେ ସଂଖ୍ୟା ଦୃଷ୍ଟିରୁ ବା ଅନ୍ୟଦଳ ତୂଳନାରେ ଆଗରେ ଥିବାରୁ ବିଜେପି ବା ଏନଡିଏ ଯାହାକୁ ବି ପ୍ରାର୍ଥୀ କରିବ ସେ ଉପରାଷ୍ଟ୍ରପତି ହେବା ନିଶ୍ଚିତ ।

Leave A Reply

Your email address will not be published.