ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନକୁ ଦିନ ବିଗୁଡ଼ୁଛି ଲାଲୁଙ୍କ ସ୍ୱାସ୍ଥାବସ୍ଥା । ପୁଣି ଆସିୟୁରେ ଭର୍ତ୍ତି ହେଲେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ। ଶିଢିରୁ ପଡ଼ିଯିବାରୁ ତାଙ୍କର କାନ୍ଧରେ ଆଘାତ ଲାଗିଥିଲା ଏବଂ ବେହୋସ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ସୂଚନା ମିଳିଛି ।
ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସୂତ୍ରରୁ ଜଣାପଡ଼ିଛି କି ଆରଜେଡି ସୁପ୍ରିମୋ ଏବେ ନିଜ ସ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ନିକଟରେ ରହୁଛନ୍ତି, ଯେଉଁଠାରେ ଶିଢିରୁ ପଡ଼ି ଯାଇଥିଲେ । ଏହାପରେ ଲାଲୁଙ୍କୁ ତୁରୁନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲାଗାତର କିଛି ଦିନ ହେବ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ବାରମ୍ବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତିତ କରାଯାଉଛି ।