ରାଷ୍ଟ୍ରପତି ନିର୍ବାଚନ: ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆପ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ତେବେ ନିର୍ବାଚନରେ ଆମ୍ ଆଦମୀ ପାର୍ଟି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତା ଉପରେ ସଭିଙ୍କ ନଜର ଥିଲା। ଆଉ ଶନିବାର ସ୍ପଷ୍ଟ କରିଛି ଆମ୍ ଆଦମୀ ପାର୍ଟି। ଦଳ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଆଜି ରାଜନୈତିକ ପରାମର୍ଶଦାତା କମିଟି ବୈଠକରେ ଆପ୍ ଏହି ନିଷ୍ପତ୍ତି ନେଇଛି।

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନରେ ଆମ୍ ଆଦମୀ ପାର୍ଟିର ରାଜନୈତିକ ପରାମର୍ଶଦାତା କମିଟି(ପିଏସି)ର ବୈଠକ ବସିଥିଲା। ଏଥିରେ ଅରବିନ୍ଦ କେଜ୍ରିଓ୍ଵାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂହ, ଗୋପାଳ ରାୟ, ଆତିଶି ମାର୍ଲେନା, ରାଘବ ଚଡ୍ଡା, ଇମରାନ ହୁସେନ ଏବଂ ରାକ୍ଷୀ ବିଡଲାଙ୍କ ସହିତ ଆମ୍ ଆଦମୀ ପାର୍ଟିର ୧୧ ସଦସ୍ୟ ଯୋଗ ଦେଇଥିଲେ।

ବୈଠକ ପରେ ଆମ୍ ଆଦାମୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ସମର୍ଥନ ଦେବ। ସେ କହିଛନ୍ତି ଆମେ ଦ୍ରୌପଦୀ ମୁର୍ମୁଙ୍କୁ ଯଥେଷ୍ଟ ସମ୍ମାନ କରୁଛୁ, ମାତ୍ର ଯଶଓ୍ଵନ୍ତ ସିହ୍ନାଙ୍କୁ ଭୋଟ୍ ଦେବୁ। ପାର୍ଟିର ସମସ୍ତ ବିଧାୟକ ଏବଂ ସାଂସଦ ୧୮ ତାରିଖରେ ନିଜର ଭୋଟ୍ ଯଶଓ୍ଵନ୍ତ ସିହ୍ନାଙ୍କୁ କରିବେ। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆପ୍ ତାର ସମର୍ଥନ ଯଶୋବନ୍ତ ସିହ୍ନାକୁ ଜଣାଇବ ବୋଲି ଘୋଷଣା କରିଛି ।

Leave A Reply

Your email address will not be published.