ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶର ସର୍ବୋଚ୍ଚ ପଦବୀ ପାଇଁ ଆସନ୍ତାକାଲି ହେବାକୁ ଯାଉଛି ନିର୍ବାଚନ । ଅର୍ଥାତ୍ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ବାଛିବ ସାରା ଦେଶ । ଏଥିପାଇଁ ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ସେପଟେ ସବୁ ରାଜ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି । ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ସହ ଅନ୍ୟ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି।

ସେପଟେ ମାଟିର ଝିଅକୁ ଦେଶର ଶୀର୍ଷ ପଦରେ ବସାଇବାକୁ ଲାଗିପଡ଼ିଛି ବିଜେଡି । ଦଳମତ ନିର୍ବିଶେଷରେ ୧୪୭ ଜଣ ବିଧାୟକଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ କେମିତି ଯିବ, ସେ ନେଇ ବିଜେଡି କରୁଛି ପ୍ରୟାସ । ମତଦାନ ବେଳେ ଗୋଟିଏ ବି ଭୋଟ ଯେମିତି ନାକଚ ନହେବ ତାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ବିଜେଡିର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଭୋଟର ଦିନକ ପୂର୍ବରୁ ପ୍ରଶିକ୍ଷଣ ଦିଆଯାଇଛି । ଏନଡିଏ ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ବିଭିନ୍ନ ଦଳମାନଙ୍କର ସମର୍ଥନ ପରେ ଦ୍ରୌପଦୀ ମୁର୍ମୁ ଆଗାମୀ ରାଷ୍ଟ୍ରପତି ହେବା ନେଇ ନିଶ୍ଚିତ ହୋଇଛି ।

 

Leave A Reply

Your email address will not be published.