ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗଦୀପ ଧନଖଡ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ ଏବଂ ବିଜେପି ସଭାପତି ଜେପି ନଡା ମଧ୍ୟ ଉପସ୍ଥିତ ଥିଲେ। ଏଥି ସହ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କୁ ଏହି ଅବସରରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଏହି ଅବସରରେ ଏନଡିଏ ଦ୍ୱାରା ଏକତା ମଧ୍ୟ ପ୍ରକାଶ କରାଯାଇଥିଲା। ନାମାଙ୍କନ ପତ୍ରରେ ଆପ୍ନା ଦଳ ନେତା ଅନୁପ୍ରିୟା ପଟେଲ ଏବଂ ରିପବ୍ଲିକାନ୍ ପାର୍ଟି ନେତା ରାମଦାସ ଆଥୱାଲେ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ପଦ ପାଇଁ ଧନଖଡଙ୍କ ନାମାଙ୍କନ ପତ୍ରରେ ବିଜେପି ମଧ୍ୟ ଶକ୍ତି ପ୍ରଦର୍ଶନ କରିଥିଲା।

ଶନିବାର ନିଜେ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ବିଜେପି ଘୋଷଣା କରିଥିଲା। ସେ ବର୍ତ୍ତମାନ ବଙ୍ଗଳାର ରାଜ୍ୟପାଳ ଅଛନ୍ତି ।

Leave A Reply

Your email address will not be published.