ଉପରାଷ୍ଟ୍ରପତି ନିର୍ବାଚନ: ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲଭା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଗତକାଲି ସରିଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍ଭା । ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ଆଲଭା ଆଜି ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ଦିଆଯାଇଛି । ମାର୍ଗାରେଟ୍ ଆଲ୍ଭା ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ବିରୋଧୀ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ।

ଅନ୍ୟପଟେ ଗତକାଲି ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଗତକାଲି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରିଙ୍କ ସମେତ ବିଜେପିର ବହୁ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଉଭୟ ଗୃହରେ ବିଜେପିର ବହୁମତ ଥିବାରୁ ଜଗଦୀପ ଧନକଡ ରାଷ୍ଟ୍ରପତି ହେବା ଏକପ୍ରକାର ଥୟ ହୋଇସାରିଛି ।

Leave A Reply

Your email address will not be published.