ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଙ୍କାରେ ଜାରି ରହିଛି ଉଭୟ ଅର୍ଥିକ ଓ ରାଜନୈତିକ ସଙ୍କଟ । ଦିନକୁ ଦିନ ଶ୍ରୀଲଙ୍କାରେ ସ୍ଥିତି ବିଗିଡିବାରେ ଲାଗିଛି । ଏହାରି ଭିତରେ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ମତଦାନ ହେବାକୁ ଥିବାବେଳେ ମଙ୍ଗଳବାର ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଛନ୍ତି। ସେ ଅନ୍ୟତମ ପ୍ରାର୍ଥୀ ଡୁଲାସ୍ ଆଲାପେରୁମାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଏହା ପରେ କାମଚଳା ରାଷ୍ଟ୍ରପତି ଥିବା ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ରନିଲ ବିକ୍ରମସିଂହେ, ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ଡୁଲାସ୍ ଆଲାପେରୁମା ଓ ଜନତା ବିମୁକ୍ତି ପେରାମୁନେ ଦଳର ଅନୁରା କୁମାର ଦିଶାନାୟକେ ପ୍ରାର୍ଥୀ ରହିଛନ୍ତି।

ଡୁଲାସ୍ ପୂର୍ବତନ ଗଣମାଧ୍ୟମ ବ୍ୟକ୍ତିତ୍ବ। ସଂସଦର ୨୨୫ ସଦସ୍ୟ ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ତିନି ପର୍ୟ୍ୟାୟରେ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ; କିନ୍ତୁ ସେ ଅଧାରୁ ଅଧିକ ଭୋଟ୍ ପାଇଥିବା ଆବଶ୍ୟକ। ମତଦାନ ପାଇଁ ବୁଧବାର ସଂସଦ ଅଧିବେଶନ ବସିବ। ସଂସଦରେ ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ସର୍ବାଧିକ ସଦସ୍ୟ ଥିବାରୁ ରନିଲ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି। ତେବେ ଦେଖିବାକୁ ବାକି ରହିଲା, ଶ୍ରୀଲଙ୍କା ବାସୀ କାହାକୁ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.