ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମାସିଂଘେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହଟିବ ଶ୍ରୀଲଙ୍କା ସଙ୍କଟ । ଶ୍ରୀଲଙ୍କା ପାଇଲା ନୂଆ ରାଷ୍ଟ୍ରପତି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମାସିଂଘେ। ଶ୍ରୀଲଙ୍କାରେ ଆଜି ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ କାମଚଳା ରାଷ୍ଟ୍ରପତି ଦାୟିତ୍ୱରେ ଥିବା ରାନିଲ ବିକ୍ରମାସିଂଘେ ନୂଆ ରାଷ୍ଟ୍ରପତି ଭାବେ ବିଜୟ ଲାଭ କରିଛନ୍ତି। ସର୍ବାଧିକ ୧୩୪ ଖଣ୍ଡ ଭୋଟ ପାଇ ଜିତିଛନ୍ତି।

ତ୍ରିକୋଣୀୟ ମୁକାବିଲାରେ ପ୍ରତିଦ୍ୱନ୍ଦ୍ୱୀ ଦୁଲୁସ୍ ଆହ୍ଲାପେରୁମାଙ୍କୁ ହରାଇଲେ ବିକ୍ରମାସିଂଘେ। ବିକ୍ରମାସିଂଘେଙ୍କୁ ୧୩୪, ଆହ୍ଲାପେରୁମାଙ୍କୁ ୮୨ ଖଣ୍ଡ ଭୋଟ୍ ମିଳିଛି। ପ୍ରଥମେ ପ୍ରଧାନମନ୍ତ୍ରୀ ଓ ପରେ କାମଚଳା ରାଷ୍ଟ୍ରପତି ଥିଲେ ବିକ୍ରମାସିଂଘେ। ରାନିଲ ବିକ୍ରମାସିଂଘେ ନଭେମ୍ବର ୨୦୨୪ ପର୍ୟ୍ୟନ୍ତ ପୂର୍ବତନ ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେଙ୍କ କାର୍ୟ୍ୟକାଳର ଅବଶିଷ୍ଟ ସମୟ ପାଇଁ କାର୍ୟ୍ୟ କରିବେ। ତେବେ ନୂଆ ରାଷ୍ଟ୍ରପତି ପରେ ଶ୍ରୀଲଙ୍କାର ପରିସ୍ଥିତି କ’ଣ ହେଉଛି, ତାହାକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.