କରୋନା ଭୟାବହକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ ଡାଉନ୍ ଅବଧିକୁ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଥିଲେ l ଏହି ଅବଧି କୁ ବଢାଇବା ପରେ ଶିଳ୍ପ ଏବଂ ବ୍ୟବସାୟୀକ କାର୍ଯ୍ୟକଳାପ ର ପୁନରୁତ୍ଥାନ ପାଇଁ କେନ୍ଦ୍ର ସରକାର ଆଜି ନିର୍ଦେଶନାମା ଜାରି କରିଛନ୍ତି l ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟୁଇଟ ଯୋଗେ ପ୍ରକାଶ କରିଥିବା ବେଳେ ସ୍ପଷ୍ଟ କରିଛନ୍ତି ଯେ କଣ୍ଟେଣ୍ଟମେଣ୍ଟ ଅଞ୍ଚଳରେ ଏହା ଲାଗୁ କରାଯିବ ନାହିଁ ସମସ୍ତ ସ୍ଵାସ୍ଥ୍ଯ ସେବା, ସମସ୍ତ କୃଷି ଉଦ୍ୟାନ, ମତ୍ସ୍ୟ ଚାଷ, ଚା କଫି ଏବଂ ରବର ବୃକ୍ଷରୋପଣ କାର୍ଯ ସର୍ବାଧିକ 50 ପ୍ରତିଶତ ଶ୍ରମିକଙ୍କ ସହିତ ହେବ, ପଶୁପାଳନ, ଆର୍ଥିକ କ୍ଷେତ୍ର, ସାମାଜିକ କ୍ଷେତ୍ର, ସାମାଜିକ ଦୂରତା ଏବଂ ଫେସ୍ ମାସ୍କର କଠୋର କାର୍ଯ୍ୟକାରିତା ସହିତ ମନରେଗା ଶ୍ରମିକ ମାନେ କାମ କରିପାରିବେ, ଦ୍ରବ୍ୟ/କାର୍ଗୋ ସ୍ଥିତି ର ଲୋଡିଂ ଏବଂ ଅନଲୋଡିଂ, ଅନଲାଇନ୍ ଶିକ୍ଷlଦାନ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ବାଣିଜ୍ୟିକ ଏବଂ ସରକାରୀ ପ୍ରତିଷ୍ଠାନ ଗୁଡିକ କାର୍ଯ୍ୟ,ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ କାର୍ଯ୍ୟ କରିବାକୁ ଅନୁମତି, ଜରୁରୀ କାଳୀନ ସେବା ଯଥା ଚିକିତ୍ସା, ପଶୁ ଚିକିତ୍ସା, ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ପାଇଁ ଘରୋଇ ଯାନ ର ବ୍ୟବହାର, ଭରତ ସରକାରଙ୍କ କାର୍ଯ୍ୟାଳୟ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଖୋଲା ରହିବ l