ଛତିଶଗଡ଼ ସରକାରରଙ୍କ ବଡ଼ ନିଷ୍ପତ୍ତି: ବିଧାୟକ ପାଇବେ ମାସିକ ୧ ଲକ୍ଷ ୬୦ ହଜାର ଦରମା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଧାୟକ ପାଇବେ ମାସିକ ୧ ଲକ୍ଷ ୬୦ ହଜାର ଟଙ୍କା ଦରମା । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ ସରକାର ନେଇଛନ୍ତି ଏପରି ନିଷ୍ପତ୍ତି । ଛତିଶଗଡ ବିଧାନସଭାରେ ଚାଲିଥିବା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ଆଜି ବିଧାନସଭାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେଙ୍କ ଘୋଷଣା ମୁତାବକ ଏବେ ରାଜ୍ୟର ବିଧାୟକମାନେ ମାସିକ ୧.୬୦ ଲକ୍ଷ ଟଙ୍କା ଦରମା ପାଇବେ । କହିରଖୁ କି ଏହାପୂର୍ବରୁ ରାଜ୍ୟର ବିଧାୟକମାନେ ୯୫ ହଜାର ଟଙ୍କା ଦରମା ପାଉଥିଲେ । କେବଳ ସେତିକି ନୁହେଁ ବିଧାୟକମାନଙ୍କର ଚିକିତ୍ସା ଭତ୍ତା ୫ ହଜାର ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଦୈନିକ ଭତ୍ତା ବି ୧ ହଜାର ଟଙ୍କା ବୃଦ୍ଧି କରାଯାଇଛି ।

ଯଦି ଦେଶର ଅନ୍ୟ ରାଜ୍ୟମାନଙ୍କରେ ବିଧାୟକଙ୍କ ଦରମାକୁ ଦେଖିବା ତେବେ, ତେଲେଙ୍ଗାନା ସବୁଠୁ ଆଗରେ ରହିଛି । ତେଲେଙ୍ଗାନାରେ ବିଧାୟକମାନଙ୍କ ଦରମା ଏବେ ୨.୫୦ ଲକ୍ଷ ରହିଥିବା ବେଳେ ଏହା ତଳକୁ ରହିଛି ମହାରାଷ୍ଟ୍ର ୨.୩୨ ଲକ୍ଷ ଟଙ୍କା ରହିଛି । ସେହିଭଳି ଉତ୍ତର ପ୍ରଦେଶର ବିଧାୟକମାନେ ଏବେ ୧.୮୭ ଲକ୍ଷ ଟଙ୍କା ଦରମା ପାଉଥିବା ବେଳେ ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡର ବିଧାୟକମାନେ ୧.୬୦ ଲକ୍ଷ ଟଙ୍କା ଦରମା ପାଉଛନ୍ତି । ଅନ୍ୟପଟେ ଏହାକୁ ନେଇ ବିରୋଧୀ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.