ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ: ୩ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ୧-୦ ରେ ଆଗୁଆ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତର ଦମଦାର ବିଜୟ । ୱେଷ୍ଟଇଣ୍ଡିଜକୁ ହରାଇ ବିଜୟ ହାସଲ କଲା ଭାରତ । ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ପୋର୍ଟ ଅଫ ସ୍ପେନର କୁଇନ୍ସ ପାର୍କରେ ଶୁକ୍ରବାର ମ୍ୟାଚରେ ଭାରତ ୩ରନରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି।୩ ମ୍ୟାଚବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି। ରବିବାର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ।

ଶିଖର ଧାୱନ, ଶୁବମାନ ଗିଲ୍ ଓ ଶ୍ରେୟାସ ଆୟାରଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୦୮ରନ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ କାଏଲ ମେୟର୍ସ ଓ ବ୍ରାଣ୍ଡେନ କିଙ୍ଗ୍ଙ୍କ ଅର୍ଦ୍ଧଶତକ ପରେ ଅକେଲ ହୋସେନ ଓ ରୋମାରିଓ ସେଫର୍ଡଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ୫୦ ଓଭରରେ ୬ ୱିକେଟ ହରାଇ ୩୦୫ରନ କରିବାକୁ ସକ୍ଷମ ହୋଇଥିଲା।

କାଏଲ ମେୟର୍ସ ସର୍ବାଧିକ ୭୫ରନ କରିଥିବାବେଳେ ବ୍ରାଣ୍ଡେନ କିଙ୍ଗ୍ ୫୪,ସାମ୍ସ ବ୍ରୁକ୍ସ ୪୬ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ନିକୋଲାସ ପୁରନ ୨୫ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ସାର୍ଦୁଳ, ସିରାଜ ଓ ଯୁଜୁବେନ୍ଦ୍ର ଚହଲ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଅଧିନାୟକ ନିକୋଲାସ ପୁରନ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଦୁଇ ଭାରତୀୟ ଓପନର ଶିଖର ଧାୱନ ଓ ଶୁବମାନ ଗିଲ୍ ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ। ଦୁଇବର୍ଷ ପରେ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ତଥା ଜୀବନର ୩ୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଶୁବମାନ ସୁଯୋଗର ସଦୁପଯୋଗ କରିଥିଲେ।

 

Leave A Reply

Your email address will not be published.