ଶ୍ରୀଙ୍କାରେ ଆକ୍ସନ ମୁଡରେ ସେନା: ଆନ୍ଦୋଳନକାରୀଙ୍କୁ ଗୋଡାଇ ଗୋଡାଇ ପିଟିଲା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କାରେ ଦିନକୁ ଦିନ ବିଗୁଡ଼ୁଛି ସ୍ଥିତି । ଶ୍ରୀଲଙ୍କାକୁ ନୂଆ ରାଷ୍ଟ୍ରପତି ଓ ସରକାର ମିଳିବା ସତ୍ତେ୍ୱ ଥମୁନି ଆନ୍ଦୋଳନ । ନୂଆ ସରକାରକୁ ତୀବ୍ର ବିରୋଧ କରି ପୁଣି ଆକ୍ରାମକ ପାଲଟିଛନ୍ତି ବିକ୍ଷୋଭକାରୀ । ଏହାକୁ ନେଇ ଆହୁରି ଅସ୍ଥିର ହୋଇପଡ଼ିଛି ଶ୍ରୀଲଙ୍କା । ଏଭଳି ସ୍ଥିତିରେ ଆକ୍ସନ୍ ମୋଡ୍କୁ ଆସିଛି ଶ୍ରୀଲଙ୍କା ସେନା । ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀ କଲମ୍ବୋରେ ବିକ୍ଷୋଭକାରୀଙ୍କୁ ତଡ଼ିଛନ୍ତି । ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି । ଏଥିରେ ଅନେକ ଆନ୍ଦୋଳନକାରୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

୨ ସାମ୍ବାଦିକଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ଗୁରୁବାର ଦେଶର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାନିଲ ବିକ୍ରମସିଂହେ ଲୋକଙ୍କୁ ଶାନ୍ତି ବଜାୟ ପାଇଁ ଅପିଲ୍ କରିଥିଲେ । ଆଇନକୁ ହାତମୁଠାକୁ ନ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏମିତି କି ବିକ୍ଷୋଭକାରୀଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ହେବା ନେଇ ଚେତାବନୀ ବି ଦେଇଥିଲେ । ଏହାର କିଛିଘଣ୍ଟା ପରେ ଆକ୍ସନ୍କୁ ଆସିଥିଲା ସେନା । କାର୍ୟ୍ୟାନୁଷ୍ଠାନ ପାଇଁ ଯୋଜନା ବନାଇଥିଲା । ସେନା ନିଜ ରଣନୀତି ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଆନ୍ଦୋଳନକାରୀଙ୍କ ଉପରେ ଝପଟି ପଡ଼ିଥିଲା । ସଂସଦ ବାହାରେ ସେମାନେ ଲଗାଇଥିବା ଟେଣ୍ଟଗୁଡ଼ିକୁ ଫିଙ୍ଗିଦେଇଥିଲା । ସେନାର ଏଭଳି ରୂପ ଦେଖି ଆନ୍ଦୋଳନକାରୀ ଛାନିଆରେ ଦୌଡ଼ିବାକୁ ଲାଗିଥିଲେ । ଅନେକ ଏଥିରେ ଆହତ ହୋଇଥିଲେ । ଅନେକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନରୁ ବିରତ ରହିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.