ସାରା ଦେଶରେ କରୋନା ପ୍ରକୋପ: ୨୪ ଘଣ୍ଟାରେ ଆଉ ୨୦,୪୦୮ ସଂକ୍ରମିତ ଚିହ୍ନଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କରୋନା ସଂକ୍ରମଣ କେତେବେଳେ ବଢୁଛି ତ ଆଉ କେତେବେଳେ ଖସୁଛି । ଦେଶରେ ୨୪ ଘଣ୍ଟାରେ ଆଉ ୨୦ ହଜାର ୪୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୦,୦୦,୧୩୮କୁ ବୃଦ୍ଧି ପାଇଛି। ଆଉ ୨୦,୯୫୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୩୩,୩୦,୪୪୨ରେ ପହଞ୍ଚିଛି। ଆରୋଗ୍ୟ ହାର ୯୮.୪୮%। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁହାର ୧.୨୦%। ଦୈନିକ ସଂକ୍ରମଣ ହାର ୫.୦୫%।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଆଉ ୧,୪୩,୩୮୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୩୩%। ସପ୍ତାହିକ ସଂକ୍ରମଣ ହାର ୪.୯୨%। ଏଯାଏଁ ୨୦୩ .୯୪ କୋଟି ଟିକାକରଣ କରାଯାଇଛି। ଅନ୍ୟପଟେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଟିକାରରଣ ଜୋରସୋରରେ ଆଗେଇ ଚାଲିଛି ।

Leave A Reply

Your email address will not be published.