ଦେଶରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡିଶା ରେ ମଧ୍ୟ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି l ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ତାଙ୍କର ଟ୍ରାଭେଲ ହିଷ୍ଟ୍ରୀ କଣ ଥିଲା ଏବଂ ସେ ଆଉ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେ ନେଇ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ l ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ଦର୍ଶାଯାଇଛି l ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 47 କୁ ବୃଦ୍ଧି ପାଇଛି l ସେପଟେ ରାଜ୍ୟରେ ଉକ୍ତ ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି 119 ରେ ପହଁଚିଥିବା ବେଳେ 80 ଜଣ ସକ୍ରୀୟ ସଂକ୍ରମିତ ଅଛନ୍ତି l ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ 38 ଜଣ ସୁସ୍ଥ ହୋଇଛନ୍ତି l
First Health Update, 29tth April, 2020
One positive in Bhubaneswar
77 Yrs MaleMadhusudan Nagar
Close relative of Case No. 41(Contact tracing and follow-up action is being done.)
Total Positive Case: 119
— I & PR Department, Odisha (@IPR_Odisha) April 29, 2020