ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଏନଡିଏ ହାତ ଛାଡ଼ି ମହାମେଣ୍ଟ ସହାୟତାରେ ବିହାରରେ ସରକାର ଗଢ଼ିଛନ୍ତି ନୀତିଶ କୁମାର। ସରକାର ଗଢ଼ିବା ପରେ ନିଜର ଘନିଷ୍ଠ ଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂଙ୍କୁ ଟାର୍ଗେଟ୍ କରିଛନ୍ତି । ଆରସିପିଙ୍କୁ ଦଳ ବହୁତ ଅଧିକ ଦେଇଥିଲା । କିନ୍ତୁ ସେ ଭୁଲ କଲେ ବୋଲି ନୀତିଶ କହିଛନ୍ତି । ପାଟନାରେ ଆୟୋଜିତ ବିହାର ବୃଜ୍ଞ ସୁରକ୍ଷା ଦିବସ କାର୍ଯ୍ୟକ୍ରମରେ ସେ ଆରସିପିଙ୍କ ଉପରେ ବର୍ଷିଥିଲେ ।
ଆର୍ ସି ପି ସିଂଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସେ ଠିକ୍ କରିନାହାଁନ୍ତି । ଦଳ ଆରସିପିଙ୍କୁ ବହୁତ ସମ୍ମାନ ଦେଇଛି । ଦଳର ଅଧ୍ୟକ୍ଷ କରିଛି । ପରେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଫଳରେ ତାଙ୍କୁ ପଦ ଛାଡିବାକୁ କୁହାଗଲା । ତେବେ ଜେଡିୟୁ ବିଜେପିକୁ ଧୋକା ଦେଇନି । ଦଳର ନେତା ଏନଡିଏଠୁ ଅଲଗା ହେବାକୁ ଚାହୁଁଥିଲେ ବୋଲି ନୀତିଶ କହିଛନ୍ତି ।
ସେପଟେ ନିକଟରେ ଆରସିପି ସିଆରସିପି ସିଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କୁ ତୃତୀୟ ଥର ରାଜ୍ୟସଭା ପଠାଇବାକୁ ମନା କରିଦେଇଥିଲା । ତେଣୁ ତାଙ୍କୁ ମୋଦୀ ସରକାରର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡିଥିଲା । ଆଜି ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ନିତିଶ କୁମାର।