ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଦେଶ ପାଳନ କରୁଛି ୭୬ ତମ ସ୍ଵାଧୀନତା ଦିବସ। ଏହାସହ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଅଧିକାରୀ ଓ ଅଭିନେତା ମଧ୍ୟ ସାମିଲ ହୋଇଛନ୍ତି। ଏହି କ୍ରମରେ ବଲିଉଡର ଲୋକପ୍ରିୟ କଳାକାର ତଥା ଚର୍ଚ୍ଚିତ ଚେହେରା ସାହାରୁଖ ଖାଁ ମଧ୍ୟ ବାଦ ପଡିନାହାନ୍ତି। ସେ ତାଙ୍କ ଘର ମନ୍ନତରେ ତ୍ରିରଙ୍ଗା ଉଡ଼ାଇ ତାଙ୍କ ପରିବାର ସଦସ୍ୟଙ୍କ ସହିତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଫଟୋ ଶେୟାର କରିଛନ୍ତି। ଯାହାକି ଏବେ ଭାଇରାଲ ହେବା ସହିତ ଖୁବ ଚର୍ଚ୍ଚାରେ ରହିଛି।
ଭରତର ଜଣେ ପ୍ରସିଦ୍ଧ ଇଣ୍ଟରିୟର ଡିଜାଇନର ତଥା ସାହାରୁଖ ଖାନଙ୍କ ସ୍ତ୍ରୀ ଗୌରି ଖାନ ମଧ୍ୟ ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ (ସୋସିଆଲ ମିଡିଆ ପ୍ଲାଟଫର୍ମ) ପେଜରେ ଘର ଛାତ ଉପରେ ତ୍ରିରଙ୍ଗା ଉଡ଼ାଇ ଏହାର ଫଟୋ ସେୟାର କରିଛନ୍ତି। ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି ସମସ୍ତଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭକାମନା ।