ଗ୍ରାହକଙ୍କ ପାଇଁ ଖୁସି ଖବର: କମିଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ମହଙ୍ଗ ମାଡ଼ ଜାରି ରହିଥିବା ବେଳେ ବର୍ତ୍ତମାନ ଗ୍ରାହକଙ୍କ ପାିଁ ଆସିଛି ଏକ ଆଶ୍ୱସ୍ତିକର ଖବର । କମିଲା ଗ୍ୟାସ ସିଲିଣ୍ଡରର ମୂଲ୍ୟ । ସେପ୍ଟେମ୍ବର ୧ରୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି । ତେବେ କେବେଳ ବାଣିଜ୍ୟିକ ସିଲିଣ୍ଡରର ଦାମ୍ ହ୍ରାସ ହୋଇଛି । କିନ୍ତୁ ୧୪.୨ କେଜିର ଘରୋଇ ସିଲିଣ୍ଡର ପୂର୍ବ ଦାମରେ ମିଳିବ ।

ସେପ୍ଟେମ୍ବର ୧ରୁ ଦିଲ୍ଲୀରେ ଇଣ୍ଡେନ୍ ଗ୍ୟାସର ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୯୧.୫୦ ଟଙ୍କା ଶସ୍ତା ହୋଇଛି । ସେହିପରି କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦, ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ଲାଭ ଦେଶର ପ୍ରାୟ ସବୁଠି ଗ୍ରାହକଙ୍କୁ ମିଳିବ ।

ଦିଲ୍ଲୀରେ ଆଜିଠୁ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କା, କୋଲକାତାରେ ୧୯୯୫.୫୦ ଟଙ୍କା, ମୁମ୍ବାଇରେ ୧୮୪୪ ଟଙ୍କା ହୋଇଯାଇଛି । ଅନ୍ୟପଟେ କିନ୍ତୁ, ଘରୋଇ ସିଲିଣ୍ଡରର ଦାମ୍ ଜୁଲାଇ ୬ରୁ ବଦଳି ନାହିଁ । ଅର୍ଥାତ ଆଜି ବି ସିଲିଣ୍ଡର ସେହି ଦାମରେ ମିଳିବ । ଘରୋଇ ଗ୍ୟାସ ଉପଭୋକ୍ତାଙ୍କ ପାଇଁ କୌଣସି ରିହାତି କରିନାହାନ୍ତି ସରକାର ।

 

Leave A Reply

Your email address will not be published.