‘ଅପରେସନ ଲୋଟସ’ର ତଦନ୍ତ ଦାବି କରି ଆପର ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀରେ ଜାରି ରହିଛି ରାଜାନୈତିକ ବିବାଦ । ଦିଲ୍ଲୀରେ ଆପ୍ ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ରୀ କରୁଥିବା ଆପ୍ ଅଭିଯୋଗ କରିଛି । ‘ଅପରେସନ୍ ଲୋଟସ୍’ ଜରିଆରେ ବିଜେପି ବିଭିନ୍ନ ରାଜ୍ୟର ସରକାରଙ୍କୁ ଭାଙ୍ଗୁଥିବା ଅଭିଯୋଗରେ ବୁଧବାର ଆମ୍ ଆଦମୀ ପାର୍ଟି (ଆପ୍) ଦଳର ବିଧାୟକମାନେ ବୁଧବାର ଦିଲ୍ଲୀ ସିବିଆଇର ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବୁଧବାର ଆପ୍ ଦଳର ନେତା ଅତିସି ଟ୍ବିଟ୍ରରେ ଏକ ବାର୍ତ୍ତା ଛାଡ଼ି ବିଜେପିର ଅପରସେନ୍ ଲୋଟସ୍ ସଂପର୍କରେ ତଦନ୍ତ ଦାବି କରି ସିବିଆଇ ମୁଖ୍ୟାଳୟକୁ ଯାଉଥିବା ଦର୍ଶାଇଥିଲେ। ବିଭିନ୍ନ ରାଜ୍ୟର ସରକାରକୁ ଭାଙ୍ଗିବାକୁ ବିଜେପି ୬୩୦୦ କୋଟି ଟଙ୍କା କେଉଁ ସୂତ୍ରରୁ ଆଣିଲା ତାହାର ତଦନ୍ତ ହେବା ଦରକାର ବୋଲି ସେ ଲେଖିଥିଲେ।

ଆପ୍ ଦଳର ନେତାମାନେ ସିବିଆଇ ମୁଖ୍ୟାଳୟ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ଏହାପରେ ଆପ୍ ଦଳର ନେତାମାନେ ମୁଖ୍ୟାଳୟ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆପ୍ ନେତା ସଞ୍ଜୟ ସିଂହ, ସୌରଭ ଭରଦ୍ବାଜଙ୍କ ସହ ଅନେକ ନେତା ଓ କର୍ମୀ ଧାରଣାରେ ବସିଥିଲେ।ଅନ୍ୟପକ୍ଷରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସସେନା କେଭିଆଇସି ଅଧ୍ୟକ୍ଷ ଥିବା ବେଳେ ବିମୁଦ୍ରାୟନ ହୋଇଥିଲା। ସକ୍ସସେନା ନିଜ କ୍ଷମତାର ଅପବ୍ୟବହାର କରି ୧୪୦୦ କୋଟି ପୁରୁଣା ନୋଟ୍ ବଦଳାଇଥିବା ଆପ୍ ତରଫରୁ ଅଭିଯୋଗ କରାଯାଇଥିବା ବେଳେ ଏହାର ତଦନ୍ତ ପାଇଁ ସିବିଆଇକୁ ଆଉ ଏକ ଦାବିପତ୍ର ଖୁବ୍ଶୀଘ୍ର ପ୍ରଦାନ କରାଯିବ ବୋଲି ଦଳର ନେତାମାନେ କହିଛନ୍ତି।

Leave A Reply

Your email address will not be published.