ମିଛ ପ୍ରଚାର ନକରି ସମସ୍ତ ଯୋଗ୍ୟଙ୍କୁ ବାର୍ଦ୍ଧକ୍ୟ ଭତା ଦିଅନ୍ତୁ ରାଜ୍ୟ ସରକାର : ଦିଲୀପ ମଲ୍ଲିକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ଅଗଣିତ ବୃଦ୍ଧ ଓ ବୃଦ୍ଧା ତଥା ବରିଷ୍ଠ ନାଗରିକମାନେ ମଧ୍ୟ ରାଜ୍ୟ ସରକାରଙ୍କ ଅସମ୍ବେଦନଶୀଳତାର ଶିକାର ହେବା ସହ ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି । ସ୍ୱାସ୍ଥ୍ୟ, ବସ୍ତ୍ର ଓ ବାସଗୃହ, ପାନୀୟ ଜଳ ଭଳି ମୈାଳିକ ଆବଶ୍ୟକତା ଯୋଗାଇ ଦେବା ପାଇଁ ବହୁ ଜନକଲ୍ୟାଣ ଯୋଜନାର ରୂପାୟନ ହୋଇନପାରି କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି । ଫଳରେ ସାଧାରଣ ଗରିବ ଲୋକ ନିଜ ପରିବାର ପୋଷିବା ପାଇଁ ସକ୍ଷମ ନହୋଇ ଆତ୍ମହତ୍ୟା ବଳି ଜଘନ୍ୟ ରାସ୍ତାକୁ ବାଛିନେଉଥିବାର ସଦ୍ୟ ପ୍ରକାଶିତ ଏନସିଆରବି-୨୧ ରିପୋର୍ଟରେ ଉଲ୍ଲେଖ ହୋଇଛି । ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ, ବିଧବା, କଳାକାରଙ୍କୁ ଭତା ଦେଉଛନ୍ତି ବୋଲି ଗଣମାଧ୍ୟମରେ ପ୍ରଚାର କରି ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି । ଆଜି ବି ଉପାନ୍ତ ଅଂଚଳରେ ବୃଦ୍ଧ, ବୃଦ୍ଧା ଦିବ୍ୟାଙ୍ଗ, ବିଧବା, କଳାକାରମାନେ ଭତା ନପାଇ ଦୁଃଖ ଓ କଷ୍ଟରେ ଜୀବନ ବିତାଉଛନ୍ତି । ରାଜ୍ୟର ବରିଷ୍ଠ ଓ ନିସହାୟଙ୍କ ପ୍ରତି ରାଜ୍ୟ ସରକାରଙ୍କ ତାତ୍ସଲ୍ୟପୂର୍ଣ୍ଣ ଆଚରଣ ଓ ବ୍ୟବହାର ପ୍ରଦର୍ଶନ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।

ଗରୀବ ବୃଦ୍ଧ, ବୃଦ୍ଧା ତଥା ବରିଷ୍ଠ ଲୋକଙ୍କ ପାଇଁ ସରକାରୀ ବାର୍ଧକ୍ୟ ଭତା ହେଉଛି ବଡ ସାହାରା । କିନ୍ତୁ ରାଜ୍ୟ ସରକାର ଜଣେ ମଲେ ଆଉ ଜଣଙ୍କୁ ଭତା ଦିଆଯିବ କହିବା ଅତ୍ୟନ୍ତ ଲଜ୍ଜା ଓ ଅମାନୁଷିକ କାର୍ଯ୍ୟ । ୨୨ବର୍ଷ ଶାସନ କରିବା ପରେ ମଧ୍ୟ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ମହିଳା, ଦିବ୍ୟାଙ୍ଗ ଓ କଳାକାରମାନଙ୍କ ଭତା ଦେବାରେ ରାଜ୍ୟ ସରକାର ଅପାରଗ ସାବ୍ୟସ୍ତ ହୋଇଛନ୍ତି । ୨୦୧୯ରୁ ଏଯାଏଁ ଭତା ହିତାଧିକାରୀଙ୍କ ସଂଖ୍ୟା ବଢ଼ିନାହିଁ । କରୋନା ମହାମାରୀ ପରେ କଳାକାରମାନେ କାମ ପାଇଲେ ନାହିଁ । ଏନେଇ ରାଜ୍ୟ ସରକାର ବଡ ଘୋଷଣା ମଧ୍ୟ କଲେ ବୟସ୍କ କଳାକାରଙ୍କୁ ଭତା ଦେବେ ବୋଲି କିନ୍ତୁ ଏଯାଏଁ ଲକ୍ଷାଧିକ ଲୋକ ଭତାକୁ ବଂଚିତ ହେବା ସହ ହଜାର ହଜାର କଳାକାର, ବୃଦ୍ଧ/ବୃଦ୍ଧା ଫର୍ମ ଆବେଦନ କରି ସରକାରୀ ସହାୟତାକୁ ଚାତକ ପରି ଅନେଇ ବସିଛନ୍ତି । ରାଜ୍ୟ ସରକାରଙ୍କ ମିଥ୍ୟା ଅପ୍ରଚାର ଲକ୍ଷ ଲକ୍ଷ ବୃଦ୍ଧା, ବୃଦ୍ଧ ଓ ବିଧବା ଆର୍ôଥକ କଷ୍ଟ ମଧ୍ୟରେ କାଳାତିପାତ କରୁଛନ୍ତି ଏବଂ ନ୍ୟାୟରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ସାମାଜିକ ସୁରକ୍ଷା ସମ୍ପର୍କରେ ନୀତି ପ୍ରଚାର କରୁଛନ୍ତି ସରକାର ଓ ମୁଖ୍ୟମନ୍ତ୍ରୀ । ବରିଷ୍ଠ ନାଗରିକ, ବିଧବା ଓ କଳାକାରଙ୍କ ଭତା ଦେବାର ଭୁଲି ଯାଇଛନ୍ତି ରାଜ୍ୟ ସରକାର । ବାର୍ଦ୍ଧକ୍ୟ ଭତା ନିମନ୍ତେ ସରକାରଙ୍କ ନୀତି ସ୍ପଷ୍ଟ ନାହିଁ । ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ଭତା ପାଇଁ ନୂଆ ଟାର୍ଗେଟ ଧାର୍ଯ୍ୟ କରିବା କଥା । କିନ୍ତୁ ତାହା କାହିଁକି କରୁନାହାନ୍ତି ବୋଲି ମମମମମମ ପ୍ରଶ୍ନ କରିଛନ୍ତି । କେବଳ କଟକରେ ୨୫ହଜାରରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଓ ବିଧବା ଭତା ଲାଗି ଫର୍ମ ଆବେଦନ କରି ଅପେକ୍ଷା ରତ ରହିଥିବାବେଳେ କଳାକାର ଭତା ପାଇବା ପାଇଁ ୮ହଜାର ୬୩୯ଜଣ କଳାକାର ଆବେଦନ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜିଲ୍ଲାର କୋଟା ଅନୁସାରେ ୯୨ଜଣଙ୍କୁ ଭତା ମିଳିବ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଜିଲ୍ଲା ପ୍ରଶାସନ ନୂତନ ହିତାଧିକାରୀଙ୍କୁ ଭତା ଦେବାଲାଗି କୌଣସି ସୁବିଧା ନାହିଁ କି ସରକାରଙ୍କ ନୀତି ନାହିଁ ।

ରାଜ୍ୟ ସରକାର କାହିଁକି କଟକର ୨୫ହଜାର ଓ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଭତା ଦେଉନାହାନ୍ତି ଏହାର ଜବାବ ଦେବାକୁ ଭାରତୀୟ ଜନତା ପାର୍ଟି ଦାବି କରୁଛି । ରାଜ୍ୟ ସରକାର ଅସହାୟ ବୃଦ୍ଧ/ ବୃଦ୍ଧାଙ୍କ ପ୍ରତି କଠୋର କିମ୍ବା ବୈମାତୃକ ମନୋଭାବ ନକରି ଯଥାଶୀଘ୍ର ନୀତିର ପରିବର୍ତନ ଆଣିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଭତାଦେବାକୁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

Leave A Reply

Your email address will not be published.