ଲଘୁଚାପ ଆଣିବ ବଡ ବର୍ଷା: କାଲିଠାରୁ କାଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଲଘୁଚାପ ଆଣିବ ବଡ ବର୍ଷା । ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ । ଫଲରେ ୭ ରୁ ୨୦ ସେମି ବର୍ଷା ହୋଇପାରେ । ଦକ୍ଷିଣଓଡ଼ିଶା ଉପକୂଳ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ ସହ ପବନ ବହିବା ର ସମ୍ବାବାନା ରହୁଚି । ସମୁଦ୍ର ଅଶାନ୍ତ ରହିବ ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ର ଭିତରକୁ ବାରନ କରାଯାଇଛି ।

ଆଜି ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି,ଏହା ସମୁଦ୍ରପତ୍ତନ ଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ବ୍ୟାପିଛି।ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସମୁଦ୍ରପତ୍ତନ ଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ବ୍ୟାପିଛି ।ଏହି ଲଘୁଚାପ ଆଣିବ ବଡ ବର୍ଷା ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ୭ ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଲଘୁଚାପ ପ୍ରଭାବରେ ଦକ୍ଷିଣଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ରେ ଝଡ ସହ ପବନ ବହିବା ର ସମ୍ବାବାନା ରହୁଚି । ସମୁଦ୍ର ଅଶାନ୍ତ ରହିବା ସହ ପବନ ର ବେଗ ଘଣ୍ଟା ପ୍ରତି 45 ରୁ 50 କିମି ରହିଛି ତେଣୁ ମତ୍ସ୍ୟ ଯିବି ମାନଙ୍କୁ ଆସନ୍ତା ୯ ଓ ୧୦ ତାରିଖରେ ସମୁଦ୍ର ଭିତର କୁ ଯିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି । ତଳିଆ ଅଞ୍ଚଳରେ ପାଣି ଓ ପାହାଡିଆ ଅଞ୍ଚଳରେ ଭୁସ୍କଳନ ହେବାର ସମ୍ଭାବନା ରହିଛି ତେଣୁ ସତର୍କ ସୂଚନା ଜାରି କରାଯାଇଛି।

ଲଘୁଚାପ ଆଣିବ ବଡ ବର୍ଷା । ସାରା ରାଜ୍ୟ ରେ ବର୍ଷା ହେବ ଓ କିଛି ସ୍ଥାନ ରେ ଘଡଘଡି ସହ ବର୍ଷା ହେବ। କାଲି ଠୁ ବଢିବ ବର୍ଷା ର ବିସ୍ତୃତି। ଦକ୍ଷିଣ ଓଡ଼ିଶା ରେ ହେବ ପ୍ରବଳ ବର୍ଷା । ଆସନ୍ତା ୧୮ ବେଳକୁ ଆସୁଚି ଆଉ ଏକ ଲଘୁଚାପ । 

Leave A Reply

Your email address will not be published.