କାଲି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବାକୁ ଯାଉଛି ଫିଫା ୧୭ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ, ସଜେଇ ହୋଇଛି ଷ୍ଟାଡିଅମ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ ): ଆସନ୍ତାକାଲି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବାକୁ ଯାଉଛି ଫିଫା 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ।ଏ ନେଇ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ଆମେରିକା ବିପକ୍ଷରେ ଆସନ୍ତାକାଲି ନିଜର ପ୍ରଥମ ଲିଗ ମ୍ୟାଚ ଖେଳିବା ସହ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ। ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟ ଖେଳୁଛି ଆୟୋଜକ ଭାରତ।

ପାରମ୍ପରିକ ସମ୍ବଲପୁରୀ ରଙ୍ଗରେ ରଙ୍ଗେଈ ହୋଇଛି କଳିଙ୍ଗ ଷ୍ଟାଡିଅମ। ପ୍ରସ୍ତୁତ ହୋଇ ରହିଛି ପଡିଆ ଓ ଖେଳାଳୀ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଫିଫା 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମୋଟ 3ଟି ମ୍ୟାଚ। ବିଶ୍ୱକପ ପୂର୍ବରୁ ସମସ୍ତ ଦଳ ଅଭ୍ୟାସ ଜାରି ରଖିଥିବା ବେଳେ 7 ରୁ 8 ମାସ ହେଲା ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ଦଳ। ପ୍ରଥମେ ଜାମସେଦପୁର ଏବଂ ପରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ। ଆଜି ସାମ୍ବାଦିକ ସମିଳନୀରେ ମେଗା ଇଭେଣ୍ଟ ପାଇଁ ଦଳ ସମ୍ପୂର୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି କୋଚ ଥୋମାସ ଡେନବି ଏବଂ ଅଧିନାୟିକା ଆଷ୍ଟାମ ଓରାନ କରିଛନ୍ତି। ଏହା ସହ ବହୁ ସଂଖ୍ୟାରେ ଦର୍ଶକ ପଡିଆକୁ ଆସି ସେମାନଂକୁ ଉତ୍ସାହିତ କରିବାକୁ ମଧ୍ୟ ଭାରତୀୟ ଦଳର ଅଧିନାୟକ କହିଛନ୍ତି।

u 17 match
ସେପଟେ ବିଶ୍ୱକପ ପୂର୍ବରୁ ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ତତ୍ୱାବଧାନରେ କମିଶନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଡ଼ିସିପିଙ୍କ ପ୍ରତ୍ତ୍ୟକ୍ଷ ତତ୍ତ୍ବାବଧାନରେ 6 ଅତିରିକ୍ତ ଡ଼ିସିପି, 14 ଏସିପି, 30 ଇନିସପେକ୍ଟର୍, 100 ଅଧିକାରୀ, 240 କନେଷ୍ଟବଳ ଓ 15 ପ୍ଲାଟୁନ ଫୋର୍ସ ମୁତୟନ ରହିବେ…ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ସୁରକ୍ଷା ଦେବେ ପୋଲିସ।ପାର୍କିଂ ଏବଂ ଟ୍ରାଫିକକୁ ଗୁରୁତ୍ଵ ଦିଆଯିବ। ଶାନ୍ତିଶୃଖଂଳାରେ ଖେଳ ପରିଚାଳନା କରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମେଗା ଇଭେଣ୍ଟ ପାଇଁ ପ୍ରସ୍ତୁତ ଭାରତୀୟ ଟିମ. ଫିଫା 17 ବର୍ଷରୁ କମ ମହିଳା ବିଶ୍ୱକପରେ ଶକ୍ତିଶାଳୀ ବ୍ରାଜିଲ ଏବଂ ଆମେରିକା ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଭାରତୀୟ ଫ୍ୟାନ।

Leave A Reply

Your email address will not be published.