ପରଲୋକରେ ମୁଲାୟମ ସିଂ ଯାଦବ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଉତ୍ତରପ୍ରଦେଶରୁ ଏକ ବଡ଼ ଖବର ଆସି ପହଞ୍ଚୁଛି। ଆଉ ନାହାଁନ୍ତି ଲୋକପ୍ରିୟ ନେତା ମୁଲାୟମ ସିଂହ ଯାଦବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍‌ ସିଂହ ଯାଦବଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଥିବା କଥା ଟୁଇଟ୍‌ କରି ପୁତ୍ର ଅଖି‌ଳେଶ ଯାଦବ ସୂଚନା ଦେଇଛନ୍ତି।

ସଂକ୍ଷେପରେ ଅଖିଳେଶ ଲେଖିଛନ୍ତି: ମୋର ଆଦରଣୀୟ ପିତା ତଥା ସମସ୍ତଙ୍କ ନେତା ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଅଗଷ୍ଟ ୨୨ ତାରିଖରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶ୍ବାସପ୍ରଶ୍ବାସରେ ଅସୁବିଧା ହେଉଥିବାରୁ ‘ଇଣ୍ଟର୍‌ନାଲ୍‌ ମେଡିସିନ୍‌’ ବିଶେଷଜ୍ଞମାନେ ତାଙ୍କର ତତ୍ତ୍ବାବଧାନ କରୁଥିଲେ। ଏହାଛଡ଼ା, ତାଙ୍କର ମୂତ୍ରନଳୀ ମଧ୍ୟ ସଂକ୍ରମିତ ହୋଇଥିଲା। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଅବନତି ଘଟିବାରୁ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଥିଲା ବୋଲି ଡାକ୍ତରଖାନାସୂତ୍ରରୁ ପ୍ରକାଶ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଖବର ଶୁଣି ଅନେକ ବରିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.