ଧନ୍ ତେରସରେ କାହିଁକି କିଣନ୍ତି ସୁନା?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସବୁଠି ଲୋକେ ଅପେକ୍ଷା କରିଥାନ୍ତି ଦୀପାବଳୀକୁ । ଏହାକୁ ଅତି ଧୁମଧାମରେ ପାଳନ କରିବା ପାଇଁ । ହେଲେ ଏହି ଦିପାବଳୀ ଦିନ ଆଉ ଏକ ପର୍ବ ମଧ୍ୟ ପାଳନ କରାଯାଏ । ତାହା ହେଉଛି, ଧନ ରେରସ । ଏହା ଧନ ତ୍ରୟୋଦଶୀ ବା ଛୋଟା ଦିଓ୍ଵାଲୀ ଭାବେ ମଧ୍ୟ କଥିତ।ଧନ୍ତେରସର ଅର୍ଥ ହେଲା ସଂପଦ ଓ ସମୃଦ୍ଧି। ଏହି ଦିନ ଲୋକେ ସାଧାରଣତଃ ସୁନା କିଣିଥା’ନ୍ତି। ହେଲେ ଏହି ଦିନ ସମସ୍ତେ ସୁନା କ’ଣ ପାଇ କିଣନ୍ତି । ଏହି ପ୍ରଶ୍ନ ଅନେକଙ୍କ ମଧ୍ୟରେ ଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ, କାହିଁକି ଧନତେରାସ ଦିନ ସୁନା କିଣା ଯାଇଥାଏ ।

ଧନ୍ ତେରସ ହେଉଛି ଏଭଳି ଏକ ଦିନ, ଯେଉଁଦିନ ସୁନା ଓ ନୂଆ ପରିଧାନ କ୍ରୟ କରାଯାଇଥାଏ। ଲକ୍ଷ୍ମୀଙ୍କ ପୂଜନ ପୂର୍ବରୁ ଘରର ମହିଳାମାନେ ରଙ୍ଗୋଲି ପ୍ରସ୍ତୁତ କରିଥାଆନ୍ତି ଓ ଭକ୍ତିଗୀତ ଗାନ କରିଥା’ନ୍ତି।ଏହି ଦିନ ମହାଲକ୍ଷ୍ମୀଙ୍କ ସହିତ ଧନର ଦେବତା କୁବେରଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଧନ୍ ତେରସ ଦିନ ସୁନା ଅଳଙ୍କାର,ରୂପା,ବାସନକୁସନ ଓ କପଡ଼ା କିଣାଯାଇଥାଏ।

ଧନ୍ତେରସ ସଂପର୍କରେ ଏକ ପୌରାଣିକ କିମ୍ବଦନ୍ତୀ ମଧ୍ୟ ରହିଛି। ତାହା ହେଉଛି, ରାଜ ହିମଙ୍କର ୧୯ ବର୍ଷ ପୁଅଙ୍କୁ ଜନ୍ମ କୁଣ୍ଡଳୀଦେଖି ଭବିଷ୍ୟବାଣୀ କରାଯାଇଥିଲା ଯେ,ବାହାଘରର ତଚୁର୍ଥ ଦିନ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହେବ। ଯେଉଁଦିନ ମୃତ୍ୟୁ ହେବ ବୋଲି ଭବିଷ୍ୟବାଣୀ ହୋଇଥିଲା, ସେଦିନ ସଦ୍ୟ ବିବାହିତ ଯୁବକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଶୋଇବାକୁ ଦେଲେ ନାହିଁ ଏବଂ ନିଜର ସମସ୍ତ ମୂଲ୍ୟବାନ ଗହଣା ଏକ ପାତ୍ରରେ ରଖି ଗୃହର ପ୍ରବେଶ ଦ୍ୱାରରେ ଦୀପ ପ୍ରଜ୍ଜଳନ କରିଥିଲେ।ସେ ତାଙ୍କ ସ୍ୱାମୀ ଯେପରି ନ ଶୁଅନ୍ତି ସେଥିପାଇଁ ଗୀତ ଗାଇବାରେ ଲାଗିଥିଲେ। ପର ଦିନ ସକାଳେ ମୃତ୍ୟୁର ଭଗବାନ ଯମ ସେଠାରେ ପହଞ୍ଚିବା ବେଳକୁ ଉଜ୍ଜ୍ୱଳତାରେ ତାଙ୍କର ଆଖିଟି ଝଲସିଉଠିଲା, ଯେଉଁଥି ପାଇଁ ସେ ଘର ଭିତରେ ପ୍ରବେଶ କରିପାରିନଥିଲେ। ଯମ ନୀରବରେ ସ୍ଥାନତ୍ୟାଗ କରିଥିଲେ। ଏହା ଫଳରେ ସ୍ୱାମୀଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହୋଇଥିଲେ ପତ୍ନୀ। ତେଣୁ ଅନେକ ଲୋକ ଏହି ଧନତେରାସକୁ ବହୁ ଆଡମ୍ବରରେ ପାଳନ କରିଥାନ୍ତି ।

Leave A Reply

Your email address will not be published.