ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ବିରୋଧୀ କମିଟିର ସ୍ୱତନ୍ତ୍ର ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନର ବୈଠକ ଆଜି (ଅକ୍ଟୋବର ୨୯) ଦିଲ୍ଲୀରେ ଅନୁଷ୍ଠିତ ହେବ। ତିନୋଟି ପଏଣ୍ଟ ଉପରେ ଆଧାରିତ ଏଜେଣ୍ଡା ଏହି ବୈଠକରେ ଆଲୋଚନା ହେବ। ଯେଉଁଥିରେ ଆତଙ୍କବାଦୀ ଆକ୍ରମଣରେ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆର ବ୍ୟବହାର, ପାଣ୍ଠି ସଂଗ୍ରହ ପାଇଁ ନୂତନ ପେମେଣ୍ଟ ଟେକ୍ନୋଲୋଜିର ବ୍ୟବହାର ଏବଂ ଡ୍ରୋନ୍ ପରି ମାନବ ବିହୀନ ବିମାନ ଉପକରଣ ସହିତ କାରବାର ଉପରେ ଆଲୋଚନା ଅନ୍ତର୍ଭୂକ୍ତ କରାଯିବ । ପୂର୍ବ ଦିନ (୨୮ ଅକ୍ଟୋବର), ମୁମ୍ବାଇରେ ପ୍ରଥମ ଦିନର ସଭା ଅନୁଷ୍ଠିତ ହୋଇଥିଲା ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏହି ବୈଠକ ସକାଳ ୯.୩୦ ରୁ ୬.୩୦ ମଧ୍ୟରେ ଦିଲ୍ଲୀର ତାଜ ପ୍ୟାଲେସରେ ଅନୁଷ୍ଠିତ ହେବ। ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ହେବ। ପୂର୍ବ ଦିନ ମଧ୍ୟ ମୁମ୍ବାଇର ତାଜ ହୋଟେଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ପନ୍ଦର ସଦସ୍ୟ ଦେଶର ରାଷ୍ଟ୍ରଦୂତମାନେ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜିର ବୈଠକରେ ଚୀନ୍ କୂଟନୀତିଜ୍ଞମାନେ ମଧ୍ୟ ଅଂଶଗ୍ରହଣ କରିବେ।
ଆତଙ୍କବାଦ ବିରୋଧରେ ଜୟଶଙ୍କରଙ୍କ କଠୋର ଆଭିମୁଖ୍ୟ
ପ୍ରଥମ ଦିନରେ ଅନୁଷ୍ଠିତ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ସେ ଚୀନ୍ ଏବଂ ପାକିସ୍ଥାନ ଉପରେ ଖୋଳତାଡ଼ କରି କହିଛନ୍ତି ଯେ ଆନ୍ତର୍ଜାତୀୟ ଶାନ୍ତି, ନିରାପତ୍ତା ଏବଂ ମାନବିକତା ପାଇଁ ଆତଙ୍କବାଦ ଏକ ଗୁରୁତର ବିପଦ। ପୀଡିତଙ୍କ ପାଇଁ କ୍ଷତି ଅତୁଳନୀୟ। ଆତଙ୍କବାଦ ଅପରାଧୀଙ୍କୁ ନ୍ୟାୟ ଦେବା ପାଇଁ ଆମେ ଚେଷ୍ଟା ଜାରି ରଖିବୁ। ଆତଙ୍କବାଦୀ ଆକ୍ରମଣ ଗ୍ରହଣୀୟ ନୁହେଁ।
୨୬/୧୧ ର ମୁଖ୍ୟ ଅଭିଯୁକ୍ତ ଏବଂ ଦୋଷୀ ମୁକ୍ତ ଏବଂ ସେମାନଙ୍କୁ ସୁରକ୍ଷା କଭର ମିଳିଛି ଜ୍ଝ ଏହା ଆତଙ୍କବାଦ ବିରୋଧରେ ସାଧାରଣ ଲକ୍ଷ୍ୟର ପ୍ରଶ୍ନ ଉଠାଏ ଜ୍ଝ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ମୁଁ ପାଞ୍ଚଟି ପଏଣ୍ଟ ପ୍ରତି ଧ୍ୟାନ ଦେବାକୁ ଚାହୁଁଛି। ଆତଙ୍କବାଦ ବିରୋଧରେ ପାଞ୍ଚଟି ପରାମର୍ଶ ଦେଇ ସେ କହିଛନ୍ତି ଯେ ଆତଙ୍କବାଦୀ କାର୍ୟ୍ୟକଳାପକୁ ଆର୍ଥିକ ଦୃଷ୍ଟିରୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ, ଆର୍ଥିକ ସହାୟତା ପ୍ରଦାନ କରୁଥିବା ଦେଶ ଉପରେ କଟକଣା ଲାଗୁ କରାଯିବା ଉଚିତ, ଆତଙ୍କବାଦ ଉପରେ ଆନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ରହିଛି। ଆତଙ୍କବାଦୀ ନକ୍ସସ୍, ଡ୍ରଗ୍ସ ଉପରେ ଲିଙ୍କ ଭାଙ୍ଗିବା ଆବଶ୍ୟକ, ଆତଙ୍କବାଦୀ ଗୋଷ୍ଠୀ ନୂତନ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି, ଯାହାକୁ ଧରିବା ଆବଶ୍ୟକ ।