ୟୁସିସିଆଇ ମହିଳା ଫୋରମ ଏବଂ ଲକ୍ଷ୍ୟ ଇନଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ବଗଲପୁର ହାଇସ୍କୁଲIଠାରେ ୮ ଦିନିଆ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର
ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ମହିଳା ଫୋରମ ଏବଂ ଲକ୍ଷ୍ୟ ଇନଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜିର ମିଳିତ ଆନୁକୂଲ୍ୟରେ ଜଗତସିଂହପୁରର ବଗଲପୁର ହାଇସ୍କୁଲIଠାରେ ୮ ଦିନିଆ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। କମ୍ପ୍ୟୁଟର ପ୍ରଶିକ୍ଷଣ ନେବାକୁ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କୁ ପ୍ରଶିକ୍ଷଣ ନିମନ୍ତେ ଆବଶ୍ୟକ କିଟ୍ ପ୍ରଦାନ କରାଯାଇଛି। ଏହି ଅବସରରେ ୟୁସିସିଆଇ ମହିଳା ଫୋରମ ତରଫରୁ ବିଦ୍ୟାର୍ଥୀମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟାଯାଇଥିଲା
ଏହି ଅବସରରେ ଆୟୋଜିତ ଉଦଘାଟନୀ ସଭାରେ ୟୁସିସିଆଇ ମହିଳା ଫୋରମର ଅଧ୍ୟକ୍ଷା ସ୍ଵର୍ଣ୍ଣପ୍ରଭା ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଡକ୍ଟର ଭାରତୀ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ୟୁସିସିଆଇ ମହିଳା ଫୋରମର ସଂପାଦିକା ରୀତା ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଚେୟାରମ୍ୟାନ ସୁଶାନ୍ତ କୁମାର ରାଉତ ଓ ପରାମର୍ଶଦାତା ବିଧୁ ଭୂଷଣ, ୟୁସିସିଆଇ ମହିଳା ଫୋରମର ଉପାଧ୍ୟକ୍ଷା ନାମିତା ମହାପାତ୍ର, କୋଷାଧକ୍ଷା ଶ୍ଵେତା ଦାସ, ସଦସ୍ୟା ମିନତୀ ଦାସ ଏବଂ ବଗଲପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇଟି ଜ୍ଞାନକୌଶଳ ବୃଦ୍ଧି ହେବ। ସମାଜ ମଙ୍ଗଳ ଉଦ୍ଦେଶ୍ୟରେ ୟୁସିସିଆଇ ମହିଳା ଫୋରମ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।