ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଠଗଡ ଅବକାରୀ ବିଭାଗ ତରଫରୁ ଆଜି ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର – ଜାତମୁଣ୍ଡିଆ ମହାନଦୀ ସେତୁ ଉପରେ ଚଢାଉ କରି ୩୩ଗୋଟି ଜାରକିନରେ ଥିବା ୧୪୦୦ ଲିଟର ବେଆଇନ ଦେଶୀ ମଦ ଜବତ କରିଛନ୍ତି। ଆଜି ମଧ୍ୟାହ୍ନରେ ଏକ ପିକପ୍ ଭ୍ୟାନ ବେଆଇନ ଦେଶୀ ମଦ ଆଠଗଡ଼ ଥାନା ନଡୁଆପଡା ଅଞ୍ଚଳ ରୁ ପରିବହନ କରି ବାଙ୍କୀ ଥାନା ଯାତମୁଣ୍ଡିଆ ଆଡ଼କୁ ନେଇ ଯାଉଥିଲା।
କୌଣସି ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ଅଧକାରୀମାନେ ପିଛା କରି OD 05 BE 9885 ମଦ ବୋଝେଇ ଗାଡ଼ିକୁ ଜବତ କରି ଚାଳକ ବିଶ୍ୱଜିତ୍ ବେହେରା କୁ ଗିରଫ କରିଛନ୍ତି।ତାକୁ ବାଙ୍କୀ SDJM କୋର୍ଟ କୁ ଚାଲାଣ କରାଯାଇଛି।ସେହିପରି ଖୁଣ୍ଟୁଣୀ ଥାନା ଛେନଖିଆନୁଆଗାଁ ଗ୍ରାମର ବିଜୟକୁମାର ସେନାପତି ଙ୍କ ଘରୁ ୨୦ଲିଟର ଓ ଗୁରୁଡିଝାଟିଆ ଥାନା କୁସୂପଙ୍ଗି ଗ୍ରାମର ବସନ୍ତ କୁମାର ପ୍ରଧାନଙ୍କ ଠାରୁ ୪୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇଛି।ଉଭୟଙ୍କୁ ଅବକାରୀ କର୍ମଚାରୀ ମାନେ ଗିରଫ କରିଛନ୍ତି।