ଆରମ୍ଭ ହେଲା ମେକ ଇନ ଓଡ଼ିଶା ମହାକୁମ୍ଭ: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମେକ୍ ଇନ ଓଡିଶାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନ କରିବା ପରେ ଏକ୍ସପୋ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ନୃତ୍ୟ ଓ ଗୀତ ଜରିଆରେ ରୂପାନ୍ତରିତ ଓଡ଼ିଶା ଚିତ୍ରକୁ ଅତିଥିଙ୍କ ଗହଣରେ ବସି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । କୃଷି ଓ ଦକ୍ଷତା ବିକାଶ ପରେ ଏବେ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି ସରକାର । ଆସନ୍ତାକାଲି ଦେଶ ବିଦେଶରୁ ଆସିଥିବା ଶିଳ୍ପ ମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ମେକ୍ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣ ଓଡ଼ିଶା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ । ଏଥିରେ ଜାପାନ, ନରୱେ, ଜର୍ମାନୀ, ଇସ୍ରାଏଲ, ନେପାଳ, ଅଷ୍ଟ୍ରେଲିଆ ସମେତ ୧୧ଟି ଦେଶର ନିବେଶକ ଅଂଶଗ୍ରହଣ କରିଛନ୍ତି । ଆସନ୍ତାକାଲି ଘୋଷଣା ହେବାକୁ ଥିବା ଶିଳ୍ପନୀତିରେ ନିବେଶକାରୀ ମାନଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶିଳ୍ପ ସଚିବ କହିଛନ୍ତି ।

Leave A Reply

Your email address will not be published.