ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଘର ପାଖ ପୋଖରୀରେ ପଡି ଅଢେଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ l ସୂଚନା ମୁତାବକ ଚାନ୍ଦବାଲି ଏନ. ଏ. ସି ଅନ୍ତର୍ଗତ ବେତଦହଣ ଗାଁ ର ତ୍ରିଲୋଚନ ବାରିକ ଙ୍କ ଅଢେଇ ବର୍ଷ ର ପୁଅ ସାଇ ବାରିକ ନିଜ ମା ସହ ନୟାହାଟ ସ୍ଥିତ ମାମୁଁ ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲା l ଆଜି ଘରେ ସମସ୍ତେ ବ୍ୟସ୍ତ ଥିବା ସମୟରେ ଶିଶୁଟି ଘର ପାଖ ପୋଖରୀରେ ପଡିଯାଇଥିଲା l
ଲୋକମାନେ ଖୋଜା ଖୋଜି କରିବା ପରେ ପୋଖରୀରେ ଶିଶୁଟି ଭାସୁଥିବା ଦେଖିବାକୁ ପାଇଥିଲେ l ତୁରନ୍ତ ଶିଶୁ ଟିକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ l ତେବେ ଏହି ଘଟଣାରେ ସମ୍ପୂର୍ଣ ଅଞ୍ଚଳରେ ଶୋକ ର ବାତାବରଣ ସୃଷ୍ଟି ହୋଇଛି l