ପଦ୍ମପୁରରେ ବର୍ଷା: ଭୁବନେଶ୍ୱରରୁ ଆରମ୍ଭ କରି ପଦ୍ମପୁର, ସବୁଠି ଉତ୍ସାହିତ ବିଜେଡି କର୍ମୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଦ୍ମପୁରରେ ବର୍ଷା। ଖୁସି ଆଉ ଲୁହର । ଗୋଟିଏ ପଟେ ଚାଲିଛି ସେଲିବ୍ରେସନ। ବାଣ ଫୁଟିଛି, ମିଠା ବଣ୍ଟା ହୋଇଛି। ଭୁବନେଶ୍ୱରରୁ ଆରମ୍ଭ କରି ପଦ୍ମପୁର, ସବୁଠି ଉତ୍ସାହିତ ବିଜେଡି କର୍ମୀ।ଦଳର ବଡ଼ ବିଜୟ। ସେପଟେ ବିଜୟନୀ ପ୍ରାର୍ଥୀ ବର୍ଷା ଖୁସି ଭିତରେ ଖୋଜିଛନ୍ତି ବାପାଙ୍କ ସ୍ମୃତି। ବାପାଙ୍କ ଅବର୍ତ୍ତମାନରେ ସଭିଙ୍କ ଆଶୀର୍ବାଦ ପାଇ, ବାପାଙ୍କଠାରୁ ବି ଆଗକୁ ବଢି ବିଜୟ ହାସଲ କରିଛନ୍ତି ବର୍ଷା। ୪୨ ହଜାରରୁ ଅଧିକ ସଂଖ୍ୟକ ଭୋଟ୍‌ରେ ବିଜୟୀ। ବର୍ଷା ସିଂହ ବରିହାଙ୍କୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍‌ ପାଇଛନ୍ତି।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଛନ୍ତି ୭୮ ହଜାର ୧୨୮ ଓ କଂଗ୍ରେସର ସତ୍ୟଭୂଷଣ ସାହୁ ପାଇଛନ୍ତି ୩ ହଜାର ୫୯୪ ଭୋଟ୍‌। ବର୍ଷାଙ୍କ ବିଜୟ ବ୍ୟବଧାନ ରହିଛି ୪୨ ହଜାର ୬୭୯। ବିଜୟ ପରେ ଫୋନ ଯୋଗେ ବର୍ଷାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକର୍ଷଣୀୟ ବିଜୟ ବିଜୟ ପାଇଁ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବର୍ଷାଙ୍କ ଭୋଟ୍‌ ହାର ରହିଛି ୫୮ ପ୍ରତିଶତ। ବିଜେପିର ଭୋଟ ହାର ୩୭.୫୧ ଓ କଂଗ୍ରେସର ଭୋଟ୍‌ ହାର ରହିଛି ୧.୭୩ ପ୍ରତିଶତ। ପ୍ରଚାର ସମୟରେ କଡ଼ା ଟକ୍କର ଅନୁମାନ କରାଯାଉଥିଲା। କିନ୍ତୁ ଫଳାଫଳରୁ ଜଣା ପଡିଛି, ବିଜେଡିର ବଡ଼ ବିଜୟ। ଅର୍ଥାତ ବିଜେଡିର ହାଇଭୋଲଟେଜ କ୍ୟାମ୍ପେନ ଦଳକୁ ବଡ଼ ବିଜୟ ଆଣି ଦେଇଛି।

୨୦୧୯ରେ ବିଜୟ ରଞ୍ଜନ ସିଂହ ବରିହା ୮୩, ୨୯୯ ଭୋଟ୍‌ ପାଇଥିଲେ। ବିଜେପିର ପ୍ରଦୀପ ପୁରୋହିତ ପାଇଥିଲେ ୭୭, ୫୬୫ ଭୋଟ୍‌। ବିଜୟ ବ୍ୟବଧାନ ଥିଲା ୫୭୩୪। ଉପ ନିର୍ବାଚନରେ ବିଜୟଙ୍କ ଝିଅ ବର୍ଷା ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍‌ ପାଇଛନ୍ତି। ଅର୍ଥାତ ୨୦୧୯ ତୁଳନାରେ ବିଜେଡି ଅଧିକ ୩୭ ହଜାର ୫୦୮ ଭୋଟ୍‌ ପାଇଛି। ୨୦୧୯ରେ ବିଜେଡିର ଭୋଟ୍‌ ହାର ୪୧.୨୯% ପ୍ରତିଶତ ଥିବା ବେଳେ ଉପନିର୍ବାଚନରେ ଏହା ୫୮ ପ୍ରତିଶତ ହୋଇଛି। ଅର୍ଥାତ ଭୋଟ୍‌ ହାର ପ୍ରାୟ ୧୭ ପ୍ରତିଶତ ବଢିଛି। କେବଳ ଏତିକ ନୁହଁ ପଦ୍ମପୁରରେ ଏହା ବିଜେଡିର ସବୁଠାରୁ ବଡ଼ ବିଜୟ ବ୍ୟବଧାନ । ୨୦୦୯ରେ ବିଜୟ ରଞ୍ଜନ ସିଂହ ବରିହା ୧୮, ୦୬୬ ଭୋଟ୍‌ରେ ଜିଥିଲେ। ଏବେ ବର୍ଷା ବିଜେପି ପ୍ରାର୍ଥୀଙ୍କୁ ୪୨ ହଜାରରୁ ଅଧିକ ଭୋଟ୍‌ରେ ହରାଇ ବିଜୟୀ ହୋଇଛନ୍ତି।

ଏତେ ବଡ଼ ମାର୍ଜିନରେ କୌଣସି ଦଳ କିମ୍ବା ପ୍ରାର୍ଥୀ ପଦ୍ମପୁରରେ ବିଜୟ ହାସଲ କରି ନାହାହନ୍ତି। ପୂର୍ବରୁ, ବିଜୟ ରଂଜନ ସିଂହ ବରିହା ୧୯୯୦, କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ପ୍ରାୟ ୩୦ ହଜାର ଭୋଟ୍‌ରେ ହରାଇ ବିଜୟୀ ହୋଇଥିଲେ। ବାପାଙ୍କ ସେହି ରେକର୍ଡଙ୍କୁ ମଧ୍ୟ ଭାଙ୍ଗିଛନ୍ତି ବର୍ଷା।

ବିଜେପିର ଭୋଟ୍‌ହାରରେ ପରିବର୍ତ୍ତନ ହୋଇ ନାହିଁ। ୨୦୧୯ରେ ପ୍ରଦୀପ ପୁରୋହିତ ୩୮.୪୫% ଭୋଟ୍‌ ପାଇଥିବେ ବେଳେ ଏବେ ଏହା ୩୭.୫ ପ୍ରତିଶତ ରହିଛି। କିନ୍ତୁ କଂଗ୍ରେସ ବଡ଼ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ଦଳର ଭୋଟ୍‌ ସେୟାର ୧୬.୨୫%ରୁ ୧.୭୩ ପ୍ରତିଶତକୁ ଖସି ଆସିଛି। ଅର୍ଥାତ କଂଗ୍ରେସ ହରାଇଛି ୧୪.୫ ପ୍ରତିଶତ ଭୋଟ୍‌। ଆଉ ଫଳାଫଳରୁ ଜଣାପଡୁଛି ତାହା ସିଧା ବିଜେଡି ପାଖକୁ ଯାଇଛି । ପଦ୍ମପୁର ଉପନିର୍ବାଚନରେ ୨୦୧୮ ବିଜେପୁର ଉପନିର୍ବାଚନର ପୁନରାବୃତ୍ତି ଦେଖିବାକୁ ମିଳିଛି। ୨୦୧୮ ବିଜେପୁର ଉପନିର୍ବାଚନରେ, ବିଜେଡିର ରୀତା ସାହୁ ୧,୦୨,୮୭୧ ପାଇଥିଲେ । ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ମିଳିଥିଲା ୬୦, ୯୩୮ । ବିଜୟ ବ୍ୟବଧାନ ଥିଲା ୪୧ ହଜାର ୯୩୩ । ପଦ୍ମପୁରରେ ବର୍ଷାଙ୍କ ବିଜୟ ବ୍ୟବଧାନ ୪୨ ହଜାରରୁ ଅଧିକ ରହିଛି।.

Leave A Reply

Your email address will not be published.