ଗୁଜୁରାଟରେ ଆପର ନିରାଶା ପ୍ରଦର୍ଶନ ପରେ କ’ଣ କହିଲେ ଅରବିନ୍ଦ କେଜ୍ରିୱାଲ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁଜୁରାଟରେ ଆଶନୂରୂପ ଫଳ ପାଇଲା ନାହିଁ ଆପ୍ । ଦଳ ୫ଟି ଆସନରେ ବିଜୟ ହାସଲ କରିଛି । ତେବେ ଦଳ ଆଉ ଏକ କାରଣରୁ ଖୁସି ମନାଉଛି । ତାହାର କାରଣ ହେଉଛି ଦଳ ଏକ ଜାତୀୟ ରାଜନୈତିକ ଦଳର ମାନ୍ୟତା ପାଇବାକୁ ଯାଉଛି । ଦଳର ଏହି ସଫଳତା ପରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ଗୁଜରାଟ ବିଜେପିର ଦୁର୍ଗ ଭାବରେ ପରିଗଣିତ ହୋଇଥାଏ । କିନ୍ତୁ ତାଙ୍କ ଦଳ ବିଜେପିର ଏହି ଦୁର୍ଗରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି । ଆରଥରକୁ ସେଠାରୁ ଆମ ଆଦମି ପାର୍ଟି ଜିତିବ । ଆପ ଜାତୀୟ ଦଳ ମାନ୍ୟତା ପାଇବା ପରେ ଦଳର କର୍ମୀମାନଙ୍କୁ ସମ୍ବୋଧନ କରି ସେ ଏକଥା କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବହୁ ଖୁସିର ସହ ଏହା ସେ କହିଛନ୍ତି ।

ଗୁଜରାଟରେ ଆପ୍ ୧୩ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ ହୋଇଛି । ପ୍ରାୟ ୩୯ ଲକ୍ଷ ଲୋକ ଆପକୁ ଭୋଟ ଦେଇଛନ୍ତି ଓ ଏହି ସଂଖ୍ୟା ବଢିଚାଲିଛି । ଏଣୁ ଗୁଜରାଟର ଲୋକଙ୍କ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଆହରି ମଧ୍ୟ କହିଛନ୍ତି ଯେ ଆପ ଏକ ଜାତୀୟ ଦଳରେ ପରିଣତ ହୋଇଥିବାରୁ ଏହାର କର୍ମୀ ଓ ଦେଶବାସୀଙ୍କୁ ଅଭିନନ୍ଦନ ।

Leave A Reply

Your email address will not be published.