ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଇଁ ପରୀକ୍ଷା ହେବ । ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨ରୁ ଆରମ୍ଭ ହେବ ବାଣିଜ୍ୟ ଓ କଳା ପରୀକ୍ଷା । ଫେବ୍ରୁଆରୀ ୧ରୁ ୧୦ ମଧ୍ୟରେ ପ୍ରାକ୍ଟିକାଲ ଏକ୍ଜାମ । ଏଥର ୩ଲକ୍ଷ ୫୬ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ । ସକାଳ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। କୋଭିଡ ଆଚରଣ ମାନି ପରୀକ୍ଷା ହେବ ।
ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ପରୀକ୍ଷା ପରିଚାଳନା କରାଯିବ । ପରୀକ୍ଷା ସେଣ୍ଟର ସଂପର୍କରେ ଜାନୁଆରୀ ୧୫ ସୁଦ୍ଧା ଜଣାପଡ଼ିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । … ସେହିପରି ମାଟ୍ରିକ ସମେଟିଭ୍-୨ ପରୀକ୍ଷା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ଫର୍ମ ଫିଲଅପ୍ ହେବ । ରାଜ୍ୟରେ ପ୍ରାୟ ୫ ଲକ୍ଷ ୪୨ହଜାର ଅଧିକ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ।