ସାଙ୍ଗମାନଙ୍କ ସହ ମିଶି ଭୋଜି କରିଥାନ୍ତେ,ହେଲେ ୨ଦିନପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାଙ୍ଗ ମାନଙ୍କୁ କଥାଦେଇଥିଲେ ନୂଆବର୍ଷରେ ଗାଁ ଠାକୁରାଣୀଙ୍କ ପାଖରେ ଭୋଜିକରିବା। ଆଉ ମଜାମସ୍ତି ବି କରିବା। ହେଲେ ବିଧିର ବିଧାନଥିଲା କିଛି ଅଲଗା।ନୂଆବର୍ଷର ୩ଦିନ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଆର ପାରିକୁ ଚାଲିଗଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଜାମୁଦଣ୍ଡା ଗାଁର ଆଶିଷ ବେହେରା।ଆଶିଷ ଓ ଦୁଇଜଣ ସାଙ୍ଗ ଏକ ଅଟୋରେ ଭୁବନେଶ୍ୱର ରୁ ଆଳି ଆସୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତା ର ଯମଧରଠାରେ ଏକ ଅଜଣା ଗାଡି ଧକ୍କାରେ ୩ଜଙ୍କ ମୃତ୍ୟୁ ଘଟିଥିଲା।ହେଲେ ଆଶିଷଙ୍କ ମୃତ୍ୟୁ ଦୁଇଦିନ ପରେ ମଧ୍ୟ ଘରେ କାନ୍ଦ ବୋବଳୀରେ ଫାଟିପଡୁଛି।ସେପଟେ ସାଙ୍ଗ ମାନେ ମଧ୍ୟ ଆଶିଷଙ୍କ ମନେ ପକାଇ ଝୁରୁଛନ୍ତି।ଆଉ ଏଥର ନୂଆବର୍ଷ ମଧ୍ୟ ସେମାନଙ୍କ ପାଇଁ ଫିକା ପଡିଛି।

Leave A Reply

Your email address will not be published.