ଚମକିବ ବାରବାଟୀ ଗଡ଼ଖାଇ ଜଳରାଶି: ଆୟୁର୍ବେଦ ଉପଚାରରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି କାଚ କେନ୍ଦୁ ପାଣି ପରି ଚମକିବ କଟକ ଐତିହାସିକ ବାରବାଟୀ ଦୁର୍ଗ ଗଡ଼ଖାଇର ଜଳରାଶି । ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ତଥା ଆୟୁର୍ବେଦିକ ଉପଚାର ସହ ସିଏମସି ପକ୍ଷରୁ ଆରମ୍ଭ ହୋଇଛି ପୁନରୁଦ୍ଧାର କାର୍ଯ୍ୟ। ୧୧୦ରୁ ୧୧୫ ପ୍ରକାରର ହର୍ବାଲ ମେଡିସିନର ମିଶ୍ରଣରେ ପ୍ରସ୍ତୁତ ଏହି ଔଷଧ ପଙ୍କକୁ ପାଣିରେ ମିଳେଇବାରେ ସାହାଯ୍ୟ କରିବ । ସେହିପରି କାଶ୍ମୀରର ଡାଲ ଲେକ୍‌ରୁ ଆସିଛି ମେସିନ। ଏହି ମେସିନ ସାହାଯ୍ୟରେ ଦଳ ସଫା କରାଯିବ ।

ପାଣି ସଫା ହେବା ପରେ ଏଠାରେ ବୋଟିଂ, ଫ୍ଲୋଟିଂ ରେଷ୍ଟୁରାଣ୍ଟ ଆଦି କରିବା ଯୋଜନା କରୁଛି କଟକ ମହାନଗର ନିଗମ । କଟକ ମେୟର ସୁବାସ ସିଂ ଅନ୍ୟ କର୍ପୋରେଟର ଏବଂ ଅଧିକାରୀଙ୍କ ସହ ଗଡ଼ଖାଇ କାମ ବୁଲି ଦେଖିଛନ୍ତି । ଏହି କାମ ପାଇଁ ବର୍ଷକୁ ସାଢ଼େ ତିନି କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକିୟା ପାଞ୍ଚ ବର୍ଷ ପାଇଁ ଚାଲିବ ବୋଲି ସୂଚନା ମିଳିଛି । ଆସନ୍ତା ୧୧ ତାରିଖରେ କଟକରେ ବିଶ୍ଵକପ ହକିର ମେଗା ଉଦଘାଟନ ପୂର୍ବରୁ ଗଡ଼ଖାଇ ସମ୍ମୁଖ ଭାଗର କାମ ସାରି ସଫା ପାଣିରେ ସୁନ୍ଦର ଆଲୋକୀକରଣ କରିବାକୁ ଯୋଜନା କରୁଛି ସିଏମସି ।

 

Leave A Reply

Your email address will not be published.