ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସିଛି ନୂଆ ବର୍ଷର ପ୍ରଥମ ସକାଳ, ସମସ୍ତ ପାଠକଙ୍କୁ ଓଡ଼ିଆ ନ୍ୟୁଜ୍ ତରଫରୁ ଶୁଭେଚ୍ଛା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାଙ୍ଗରେ ନୂଆ ଆଶା ଉଦ୍ଦୀପନା ନେଇ ଆସିଛି ନୂଆ ବର୍ଷ ।କ୍ୟାଲେଣ୍ଡରରେ ଯୋଡି ହୋଇଛି ଆଉ ଏକ ନୂଆ ମସିହା ୨୦୨୩ । ବିଦାୟୀ ବର୍ଷର ଘାତ ପ୍ରତିଘାତକୁ ଭୁଲି ନୂଆବର୍ଷକୁ ଧୁମଧାମରେ ପାଳନ କରାଯାଉଛି । ଦେଶସାରା ସବୁଠି ଉତ୍ସବ ଓ ଉଲ୍ଲାସର ମାହୋଲ । ଦୁଇ ବର୍ଷ କରୋନା ପାଇଁ ଫିକା ପଡ଼ିଥିବା ବେଳେ ଏଥର ସେଲିବ୍ରେସନ ଜୋରଦାର ହୋଇଛି । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ଜିରୋ ନାଇଟ ପାଇଁ ରଙ୍ଗୀନ ହୋଇଛି ଦେଶର ବିଭିନ୍ନ ସହର । ନୂଆ ଲକ୍ଷ୍ୟ ନୂଆ ସ୍ୱପ୍ନ ନେଇ ନୂଆବର୍ଷକୁ ପାଳନ କରୁଛନ୍ତି ସଭିଏଁ ।

ନୂଆବର୍ଷକୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ । ପ୍ରଥମ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ସମସ୍ତେ। ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଜି ବଡ଼ଦାଣ୍ଡରେ ଦୋକାନ ବନ୍ଦ ରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ତଥା ଜନଗହଳି ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା କରାଯାଇଛି। ବେଳାଭୂମି ସମେତ ବଡଦାଣ୍ଡ ଓ ଶ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। …ଅଧିକ ସୂଚନା ପାଇଁ ଆମ ସହ ଯୋଡି ହୋଇଛନ୍ତି ପୁରୀ ରିପୋର୍ଟର ଶୈଳେନ୍ଦ୍ର ଆଚାର୍ଯ୍ୟ

Leave A Reply

Your email address will not be published.