ଭୁବନେଶ୍ୱରକୁ ଫେରିଛି ପଥୋତ୍ସବ, ନାଚ ଗୀତର ମଜା ଉଠାଇଛନ୍ତି ରାଜଧାନୀବାସୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରକୁ ଫେରିଛି ପଥୋତ୍ସବ । ନାଚ ଗୀତର ମଜା ଉଠାଇଛନ୍ତି ରାଜଧାନୀ ବାସୀ । ଶିଖରଚଣ୍ଡିରୁ ଇନ୍‌ଫୋସିଟି ପର୍ଯ୍ୟନ୍ତ ପଥୋତ୍ସବର ଆୟୋଜନ କରାଯାଇଥିଲା। ଦୀର୍ଘ ୨ବର୍ଷର କୋଭିଡ କଟକଣା ପରେ ରାଜଧାନୀ ବାସୀ ଏହି ସୁଯୋଗର ହାତଛଡ଼ା କରିନଥିଲେ। ରବିବାର ଥିବା ଯୋଗୁ ପିଲାଠୁ ବୁଢ଼ା ସଭିଏଁ ଏହାର ମଜା ନେବା ପାଇଁ ଏକାଠି ହୋଇଥିଲେ। ରଙ୍ଗୋଲି, ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ସାଇକେଲିଂ, ପେଣ୍ଟିଂ, ସ୍କେଟିଂର ଆୟୋଜନ କରାଯାଇଥିଲା । ପଥୋତ୍ସବରେ ମନ୍ତ୍ରୀ ସମୀର ଦାସ, ଉତ୍ତର ବିଧାୟକ ସୁସାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମ୍‌ସି କମିଶନର, ଡେପୁଟି କମିଶନର ଓ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ। ଗତ ରବିବାର ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥୋତ୍ସବର ଆୟୋଜନ କରାଯାଇଥିଲା। ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ କଳାକାର ମାନେ ମଞ୍ଚ ଉପରେ ନିଜର ପ୍ରତିଭା ଦେଖାଇଥିଲେ ।

 

Leave A Reply

Your email address will not be published.