ପ୍ରଧାନମନ୍ତ୍ରୀଙ୍କ ୯୭ତମ ‘ମନ୍ କି ବାତ୍‌’: ମିଲେ୍‌ଟ ମିଶନକୁ କଲେ ପ୍ରଶଂସା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା  ପ୍ରଧାନମନ୍ତ୍ରୀ   ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଆଜି କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲନଖରାର ସିଏମସି ୫୯ ୱାର୍ଡର ୨୧ନଂ ବୁଥରେ ରାଜ୍ୟ ସଭାପତି ସମୀର ମହାନ୍ତି କାର୍ଯ୍ୟକର୍ତାଙ୍କ ସହ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୯୭ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

ବର୍ଷର ପ୍ରଥମ “ମନ୍ କି ବାତ୍‌”ରେ ମୋଦିଜୀ ମିଲେଟ୍ ବା ମାଣ୍ଡିଆକୁ ପ୍ରଶଂସା କରିବା ସହ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ ବୋଲି କହିଛନ୍ତି । କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ମାଣ୍ଡିଆର ମହତ୍ୱ ଅଛି । ମାଣ୍ଡିଆ ଲାଗି ଦେଶର ଶକ୍ତି ବୃଦ୍ଧି ହେଉଛି ବୋଲି ମୋଦିଜୀ କହିଛନ୍ତି । ସୁନ୍ଦରଗଡଙ୍ଗ ଜିଲ୍ଲାର ଦେଢ଼ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମିଲେ୍‌ଟ ମିଶନ ଦ୍ୱାରା ଜଡିତ ଥିବାରୁ ମହିଳାମାନେ ସ୍ୱାବଲମ୍ବୀ ହେଉଥିବା “ମନ କି ବାତ” କାର୍ଯ୍ୟକ୍ରମରେ ମୋଦିଜୀ କହିଛନ୍ତି । ଜନଜାତି ସମ୍ପ୍ରଦାୟଙ୍କ ଯୋଡିତ ହୋଇଥିବା ଲୋକ ପଦ୍ମ ପୁରସ୍କାର ପାଇଥିବା କଥା ମଧ୍ୟ କହିଛନ୍ତି । ସେହିପରି ‘ପର୍ପଲ ଫେଷ୍ଟ’ରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ମୋଦିଜୀ ଅଭିନନ୍ଦନ ଜଣାଇଛନ୍ତି ବୋଲି ମହାନ୍ତି କହିଛନ୍ତି ।

ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମୋଦି ଆପ୍ରାଣ ଉଦ୍ୟମ କରୁଥିଲେ । ଯାହା ଏବେ ସଫଳ ହୋଇଛି । ମହିଳାମାନେ ଏକ ବିକାଶଧାରାରେ ଅଗ୍ରଗତି କରୁଛନ୍ତି । ମହିଳାଙ୍କ ସଫଳତାରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଥିବାରୁ ସମୀର  ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ବିଜେପିର ସାଧାରଣ ସଂପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ସଂପାଦକ ଅମର ନାୟକ, ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ନଗର ସଭାପତି ଲଲାଟେନ୍ଦୁ ବଡୁ, ସ୍ୱାଧୀନଚେତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.