ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ପରଲୋକ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଣାଯାଇଥିଲା। ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତାଙ୍କର ବାମ ପାଖ ଛାତିରେ ବାଜିଥିଲା ଗୁଳି। ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତୀର ଦଳ ତାଙ୍କର ଅପରେସନ କରିଥିଲେ। ଜଣା ପଡିଥିଲା ଗୋଟିଏ ଗୁଳି ତାଙ୍କ ଦେହକୁ ଭେଦ କରି ବାହାରକୁ ବାହାରି ଯାଇଥିଲା। ଏଥିରେ ତାଙ୍କର ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ରେ ଗଭୀର କ୍ଷତ ଯୋଗୁ ଅଧିକ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। କିନ୍ତୁ ସମସ୍ତ ଉଦ୍ୟମ ସତ୍ୱେ ନବ ଦାସଙ୍କୁ ବଞ୍ଚାଇ ପାରି ନଥିଲେ ଚିକିତ୍ସାକାରୀ ଦଳ।.

Leave A Reply

Your email address will not be published.