ରେଳ ବଜେଟ: ରାଜ୍ୟ ମାଗିଥିଲା ଯେତିକି କେନ୍ଦ୍ର ଦେଲା ତାଠୁ ଅଧିକା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟରେ ରେଳ ବିଭାଗକୁ ମୋଟ ୨ଲକ୍ଷ ୪୦ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ରେଳ ବଜେଟରେ ଓଡ଼ିଶାକୁ ୧୦ହଜାର ୧୨କୋଟି ଟଙ୍କାର ଅନୁଦାନ ମିଳିଛି। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଠାରୁ ରାଜ୍ୟରେ ରେଳପଥ ନିର୍ମାଣ କାର୍ଯ୍ୟ ବୃଦ୍ଧି କରାଯିବ। ଏବର୍ଷ ରାଜ୍ୟରେ ନିର୍ମାଣ ହେବ ୨୮୦ କିମି ନୂଆ ରେଳପଥ। ୫୭ଟି ଷ୍ଟେସନର ଆଧୁନିକୀକରଣ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ସର୍ବାଧିକ ୧୫୯୯ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ପାଇଁ ୯୨୦ କୋଟି ଟଙ୍କା ଅନୁଦାନ ମିଳିଛି। ପୁରୀ ଯିବା ପାଇଁ ରେଳ ବିଭାଗ କରିଛି ଆକ୍ସନ ପ୍ଲାନ । ଏୟାରପୋର୍ଟରୁ ଭକ୍ତଙ୍କୁ ସିଧାସଳଖ ପୁରୀ ଯିବା ପାଇଁ ଲିଙ୍ଗରାଜ ରୋଡ ଷ୍ଟେସନର ଆଧୁନିକୀକରଣ ହେଉଛି। ନୂଆ ରେଳ ଲାଇନ ପ୍ରକଳ୍ପ ଲାଗି ଚଳିତ ବର୍ଷ ୨ ହଜାର ୫୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ରେଳଲାଇନ ଦୋହରିକରଣ ପାଇଁ ୩ହଜାର ୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସାରା ଦେଶରେ ଜନଜାତୀୟ ଗୌରବ କରିଡ଼ର ଲାଗି ୭୦ ହଜାର କୋଟି ଓ ଫ୍ରେଟ କରିଡ଼ର ପାଇଁ ୪୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଥିରୁ ଓଡ଼ିଶା ଲାଭ ପାଇବ ବୋଲି କୁହାଯାଇଛି ।

Leave A Reply

Your email address will not be published.