ଆସନ୍ତାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଜେଟ୍ ଆଲୋଚନା ଚକ୍ରରେ ଯୋଗଦେବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ସରକାର ଚଳିତ  ଆର୍ଥିକ ବର୍ଷ ୨୦୨୩-୨୪ର ବଜେଟ୍ ସଂସଦରେ ଆଗତ କରିଛନ୍ତି । ସୁଦୁରପ୍ରସାରୀ, ଯୁଗାନ୍ତକାରୀଏ ଏହି ଐତିହାସିକ ବଜେଟ୍‌ରେ ଗାଁ, ଗରୀବ, କିଷାନ, ମହିଳା, ଯୁବ, ଆଦିବାସୀ, ଦଳୀତ, ଶୋଷିତ, ଦିବ୍ୟାଙ୍ଗ, ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ମଧ୍ୟମ ବର୍ଗକୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । ମୋଦି ସରକାରଙ୍କ ଏହି ଐତିହାସିକ ଏବଂ ଜନକଲ୍ୟାଣ ବଜେଟକୁ ଓଡିଶାର ପ୍ରତ୍ୟେକ ଲୋକଙ୍କ ପାଖକୁ ପହଂଚାଇବା ଉଦ୍ଦେଶ୍ୟରେ ଆସନ୍ତା କାଲି କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଓଡିଶା ଗସ୍ତରେ ଆସୁଛନ୍ତି ।

ଅର୍ଜୁନ ମୁଣ୍ଡା  ଆସନ୍ତା କାଲି ମଧ୍ୟାହ୍ନ ୧୨.୦୫ରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନ ୪ଟାରେ ଭୁବନେଶ୍ୱରସ୍ଥିତ ହୋଟେଲ ନିୟୁ ମାରିୟନଠାରେ ଆୟୋଜିତ ହେବାକୁ ଥିବା “ବଜେଟ୍ ଆଲୋଚନା ଚକ୍ର” କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅର୍ଥନୀତିଜ୍ଞ, ସାମ୍ବାଦିକ, ସମାଜିକ କର୍ମୀ, ବ୍ୟବସାୟୀ ପ୍ରତିନିଧି ଏବଂ ସମାଜର ପ୍ରବୁଦ୍ଧ ବର୍ଗର ବୁଦ୍ଧିଜୀବୀମାନେ ଉପସ୍ଥିତ ରହିବେ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ସୁଦର୍ଶନ ନାୟକ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.