ଘଟଗାଁ ଦୁଇ ହାତୀଦନ୍ତ ସହିତ ଯୁବକ ଗିରଫ, ଡିଲ୍ ବେଳେ ମାଡିବସିଲା ଏସଟିଏଫ

0

ଓଡ଼ିଆ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତଥା ଘଟଗାଁ ଫରେଷ୍ଟ ସେକସନ ଅନ୍ତର୍ଗତ ୨୦ ନମ୍ବର ଜାତିୟ ରାଜପଥ ମେଲାଣ ନିକଟରେ ଆଜି ଦୁଇଟି ହାତୀଦନ୍ତ ସହିତ ଜଣେ ଯୁବକ ଧରାପଡିଛି।ତେବେ ଯୁବକ ଜଣକଂ ହେଉଛି ମୟୁରଭଞ୍ଜ ଜିଲ୍ଲା କେନ୍ଦୁମୁଣ୍ଡି ଥାନା ଅନ୍ତର୍ଗତ ଦୁଃଶାସନ ମାଙ୍କଡିଆ କଂ ପୁଅ ବିଳାସ ମାଙ୍କଡିଆ ( ୩୫) ।

ଖବର୍ ନେବାରୁ ଜଣାଯାଏ ଯେ କେନ୍ଦୁଝର ବନ ବିଭାଗ କୌଣସି ପ୍ରକାରେ ଖବର ପାଇ ତାକୁ ମେଲାଣ ଜଂଗଲ ନିକଟରେ ଧରିଥିଲେ। ତା ପାଖରୁ ଦୁଇଟି ହାତୀଦନ୍ତ ଯାହାର ଓଜନ ପାଖାପାଖି ୧୧ କେ ଜି ହେବ l ଏହି ଘଟଣା ଆଜି ସନ୍ଧ୍ୟା ୫ ଟା ବେଳେ ଘଟିଯାଇଛି । ଉକ୍ତ ବ୍ୟକ୍ତିକୁ ଘଟଗାଁ ବନ ବିଭାଗ କାର୍ଯାଳୟକୁ ଅଣାଯାଇ କେସ ନମ୍ବର୍ ୬୨ ଜି.(୨୦୨୨/୨୩) ଫରେଷ୍ଟ ଆକ୍ଟ ଅନୁସାରେ ଦଫା ଲଗାଇ ଗିରଫ କରାଯାଇଛି।

Leave A Reply

Your email address will not be published.