ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଶେଷ ହେଲା ଗୋପାଳର ନାର୍କୋ ଟେଷ୍ଟ । ଗୁଜରାଟ ଗାନ୍ଧିନଗର ସ୍ଥିତ DFSS ନାର୍କୋ ଲାବରେ ଟେଷ୍ଟ ଶେଷ ହୋଇଛି । ଗୋପାଳକୁ ଟ୍ରୁଥ ସେରମ ଦିଆଯାଇ ନାର୍କୋ ଟେଷ୍ଟ କରାଯାଇଛି । ଗତକାଲି ହୋଇଥିଲା ଗୋପାଳର ମେଡିକାଲ ଯାଞ୍ଚ । ଏହି ପ୍ରକ୍ରିୟାରେ ଗୋପାଳ ଶରୀରର ରକ୍ତ ଚାପ, ମଧୁମେହ, ଅନ୍ୟାନ୍ୟ ପରୀକ୍ଷା କରାଯାଇଛି ।
ଆଜି ତାର ମିଛଧରା ପରୀକ୍ଷା ହୋଇଛି । ନାର୍କୋ ଟେଷ୍ଟ ବେଳେ ଦେଉଥିବା ଉତ୍ତରକୁ ସତ ବୋଲି ଧରାଯାଇଥାଏ । ଗତ ୯ ତାରିଖରେ ଗୋପାଳର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଆସନ୍ତାକାଲି ଝାରସୁଗୁଡା ଆସିବ ଗୋପାଳ । କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍ ଗୋପାଳକୁ ସାଙ୍ଗରେ ଧରି ଗାନ୍ଧିନଗର ଯାଇଛି ।