ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୪ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ ରାଜ୍ୟ କାର୍ଯ୍ୟାଳୟରେ ହେଲା ପାଳନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ପଣ୍ଡିତ୍ ଦୀନଦୟାଲଜୀଙ୍କ ଏକାତ୍ମ ମାନବବାଦ ଦର୍ଶନ କାରଣରୁ “ଅନ୍ତଦ୍ୟୋୟରୁ ଅନନ୍ତ ବିକାଶ” ସମ୍ଭାବନା ସୃଷ୍ଟି ହୋଇଛି । ସମାଜ ଓ ସେବା ପାଇଁ ସମର୍ପିତ ଥିବା ଭାରତୀୟ ଜନସଂଘ ପାର୍ଟିର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି ୫୪ତମ ପୂଣ୍ୟତିଥି । ଆଜିର ଦିନକୁ ଭାରତୀୟ ଜନତା ପାର୍ଟୀ ତରଫରୁ ସମଗ୍ର ଦେଶରେ ସମର୍ପଣ ଦିବସ ଭାବେ ପାଳନ କରାଯାଉଛି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଣ୍ଡିତ ଦୀନଦୟାଲଜୀଙ୍କ ପ୍ରତିମୁର୍ତିରେ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଙ୍କ ଏକ ଅଭୂତପୂର୍ବ ସଫଳତା । ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ କାର୍ଯ୍ୟ କରୁଥିଲେ । ବର୍ତମାନ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀନଦୟାଲଜୀଙ୍କ ଅନ୍ତୋଦୟ ପରିକଳ୍ପନାକୁ ଆଧାର କରି ବହୁ ସଫଳତା ପାଇଛନ୍ତି । ବିଶେଷ ଭାବେ ଦେଶରେ ବସବାସ କରୁଥିବା ଗରୀବ ଓ ଆର୍ଥିକ ଅନଗ୍ରସଙ୍କ ପାଇଁ ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି । ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ, ବାସହୀନ ଗରିବଙ୍କୁ ପକ୍କାଘର, ସମସ୍ତଙ୍କୁ ଶସ୍ତା ବିଜୁଳି ଓ ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ଘରେ ପାଇଖାନା ଓ ରୋସେଇ ଗ୍ୟାସ ଯୋଗାଣ, ଜାତୀୟ ଜିବୀକା ମିଶନରେ ସମସ୍ତଙ୍କୁ କାମ ଓ ରୋଜଗାର, ମହିଳା ସଶକ୍ତିକରଣ ଆଦି ଭଳି ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀଙ୍କ ଦର୍ଶନ ଶାସ୍ତ୍ର ହିଁ ମୁଳ ଆଧାର । ଦୀନଦୟାଲଙ୍କ ଏକାତ୍ମ ମାନବବାଦ, ଆଜି ଭାରତୀୟ ରାଜନୀତିରେ ଗରିବଙ୍କ ଉତଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ ।

ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ଏହାକୁ ପଂଚନିଷ୍ଠାରେ ସ୍ଥାନୀତ କରିଛି । ପରବର୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାନ ଦର୍ଶନକୁ ଆଧାର କରି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଆଜି ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦିନଦୟାଲଜୀଙ୍କ ୫୪ ତମ ପୂଣ୍ୟତିଥି ଅବସରରେ ଉପସ୍ଥିତ ବକ୍ତାଗଣ ମତ ଉପସ୍ଥାପନା କରିଥିଲେ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଏବଂ ପ୍ରମୁଖ ସ୍ଥାନମାନଙ୍କରେ ବିଜେପି କାର୍ଯ୍ୟକର୍ତାମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.