ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ରାଜ୍ୟରେ ଖୁବଶୀଘ୍ର ଆସିବ ଫସଲ ବୀମା ଯୋଜନା: ସୂଚନା ଦେଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ରାଜ୍ୟରେ ଖୁବଶୀଘ୍ର ଆସିବ ଫସଲ ବୀମା ଯୋଜନା। ରାଜ୍ୟର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଅନେକ କୃଷକ ହଇରାଣ ହେଉଛନ୍ତି।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏହି ଫସଲ ବୀମା ଯୋଜନା ଆଣିବାକୁ ଯାଉଛନ୍ତି। ନିକଟରେ ହେବାକୁ ଥିବା ବଜେଟରେ ଏଥିପାଇଁ ବ୍ୟୟବରାଦ ହେବ। ୧୦ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ପଞ୍ଜିକୃତ ଚାଷୀ ଏହି ବୀମା ଯୋଜନାରେ କ୍ଷତି ଭରଣା ପାଇବେ। ନିକଟରେ ହୋଇଥିବା କେନ୍ଦ୍ର ବଜେଟରେ ୭ ପ୍ରତିଶତ ବଜେଟ ବ୍ୟୟ ବରାଦ କମିଛି।

ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି ଓଡ଼ିଶାର ଚାଷୀ କୂଳ। କେନ୍ଦ୍ର ସରକାର ଚାଷୀଙ୍କ ବଜେଟ କମାଇ ଦେଇଥିବା ବେଳେ ଓଡ଼ିଶାରେ ମଧ୍ୟ ତାହାର ପ୍ରତିଫଳନ ହେବ। ଏହାକୁ ହୃଦୟଙ୍ଗମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏହି ଫସଲ ବୀମା ଯୋଜନା ଆଣିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ହେଉଥିବା ଓଡ଼ିଶାର କୃଷକ ରାଜ୍ୟର ଏହି ଫସଲ ବୀମା ଯୋଜନାରେ ଉପକୃତ ହୋଇପାରିବେ। ରାଜ୍ୟର ୭୦ ଭାଗ ଲୋକ ଏଭଳି ଏକ ଫସଲ ବୀମା ଯୋଜନାରେ ଅନ୍ତଭୁକ୍ତ ହୋଇ ଏହାର ସୁବିଧା ପାଇ ପାରିବେ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.