ଶୋଭନୀୟ ପ୍ଲେ ସ୍କୁଲ୍‌ର ୨୧ତମ ବାର୍ଷିକ ଉତ୍ସବ: ଯୋଗଦେଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ,

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପୋଖରୀପୁଟ୍‌ସ୍ଥିତ ଶୋଭନୀୟ ପ୍ଲେ ସ୍କୁଲ୍‌ର ୨୧ତମ ବାର୍ଷିକ ଉତ୍ସବ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ସତ୍ୟପ୍ରକାଶ ନାୟକ ଯୋଗଦେଇ କହିଥିଲେ ଯେ, ଛୋଟ ଛୋଟ ପିଲାମାନେ ଅନୁଦେଶ ବା ଆଦେଶ ଅପେକ୍ଷା ଅନୁସରଣ ବା ନିରୀକ୍ଷଣ ଦ୍ୱାରା ଅଧିକ ଶିକ୍ଷାଲାଭ କରନ୍ତି । ଶିକ୍ଷକ ଏବଂ ଅବିଭାବକମାନେ କ’ଣ କରୁଛନ୍ତି, କିଭଳି ଆଚରଣ କରୁଛନ୍ତି, ତାହା ପିଲାଙ୍କ ଉପରେ ବହୁ ଅଧିକ ପ୍ରଭାବ ପକାଇଥାଏ । କେବଳ ତାଗିଦ୍ ଓ ଉପଦେଶ ଦ୍ୱାରା ପିଲାଟି ମନରେ ଆତ୍ମସମ୍ମାନ ଓ ସ୍ୱାଭିମାନର ଚେତନା ଯେତେ ବୃଦ୍ଧି ପାଇଥାଏ, ତା’ଠାରୁ ଅଧିକ ସେ ନିଜର ଶିକ୍ଷକ, ପିତାମାତାଙ୍କ ବ୍ୟକ୍ତିତ୍ୱରୁ ଆହରଣ କରିଥାଏ ।

ତେଣୁ ଯଦି ପିଲାକୁ ଉତ୍ତମ ଓ ଶ୍ରେଷ୍ଠ କରିବାକୁ ଚାହୁଁଛନ୍ତି, ତେବେ ନିଜେ ଉଦାହରଣ ହେବା ଜରୁରୀ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଏ୍ୟୌତିହାସିକ ଶ୍ରୀଯୁକ୍ତ ଅନୀଲ ଧୀର କହିଥିଲେ ଯେ, ଶିକ୍ଷକ ଓ ଶିକ୍ଷୟତା ସମାଜ ପାଇଁ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି । ଏହାପରେ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୁନିକୁନି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହାସହିତ ଅବିଭାବକମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବା ସହିତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା, ବନଲତା, ରତ୍ନପ୍ରଭା, ଜୟଶ୍ରୀ ଓ ନୃତ୍ୟଗୁରୁ ଦିଲ୍ଲୀପ ଓ ବଣ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଭାଙ୍ଗୀ, ଅକ୍ସିତା, ସତରୂପା, ଦିବ୍ୟାଂଶୀ, ପ୍ରଜ୍‌ଉଲ୍ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ସର୍ବଶେଷରେ ବିଦ୍ୟାଳୟ ଶିକ୍ଷୟିତ୍ରୀ ଅରୁନ୍ଧତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.