ରାସ୍ତା ପାର ସମୟରେ ପିଟିଲା ହାଇଓ୍ୱା, ଘଟଣା ସ୍ଥଳରେ ଚାଲିଗଲା ୭ ବର୍ଷ ବାଳକର ଜୀବନ

0

ଓଡିଆ ନ୍ୟୁଜ(ବ୍ୟୁରୋ):  ମଙ୍ଗଳବାର ସକାଳ ଦଶଟା ବେଳେ ଗୋଟିଏ ବାଳକ ଯାହାର ବୟସ ସାତ ବର୍ଷ ହେବ ରାସ୍ତା ପାର ହେବା ସମୟରେ ହାଇବା ଟ୍ରକ ଧକ୍କାରେ ଘଟଣା ସ୍ଥଳରେ ମୃତୁ ବରଣ କରିଛି ।ଏହି ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ମାଣିକପୁର ସ୍ଥିତ ମୁଖ୍ୟ ରାସ୍ତାରେ । ଉକ୍ତ ଟ୍ରକଟି ପିଚୁ ବଜରି ଧରି ରାସ୍ତା ନିର୍ମାଣ ପାଇଁ ଅଡବା ଅଭିମୁଖେ ଯିବା ସମୟରେ ଏହି ଅଘଟଣ ଘଟିଛି ।

ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକାଙ୍କ ନିର୍ଦେଶ ପ୍ରକାରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଘଟଣାର ତଦନ୍ତ କରୁଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ତ୍ତମାନ ମୋହନା ଥାନାରେ ଟ୍ରକ ସହ ଡ୍ରାଇଭର ଅଟକ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.