ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୋରଳ ରେ ଓଲିଉଡ଼ ଷ୍ଟାର ପପୁ ପମ ପମ ହଟହଟା ହୋଇ ସୋ ବନ୍ଦ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ସୂଚନା ପ୍ରକାରେ ଶିବରାତ୍ରୀ ପୂର୍ବ ଦିନ ଅର୍ଥାତ ଶୁକ୍ରବାର ରାତିରେ ସୋରଳରେ ଜାଗର ଅନୁଷ୍ଠିତ ହୋଇଥାଏ, ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସନ୍ଧ୍ୟାରେ ପପୁ ପମ ପମ କାର୍ଯ୍ୟକ୍ରମ କରିବା ସମୟ ନିର୍ଘଣ୍ଟ ହୋଇଥିଲା, ତାଙ୍କର ଟ୍ରୁପ ମଧ୍ୟ ମେଲୋଡି ଆରମ୍ଭ କରିଦେଇଥିଲେ ।
କିନ୍ତୁ ବହୁ ବିଳମ୍ବ ରେ ପହଞ୍ଚି ଥିଲେ ପପୁ, ପପୁ ଆସି କହିବା ପରେ ଟେକା, ପଥର ପିଙ୍ଗି ଥିଲେ କିଛି ବ୍ୟକ୍ତି। ଏହାପରେ ପପୁ ଆସିବାରେ ବିଳମ୍ବ ହୋଇଥିବା କହି ଦୁଃଖ ପ୍ରକାଶ କଲେ ମଧ୍ୟ ଦର୍ଶକ ଶୁଣିନଥିଲେ। ତେଣୁ ବାଧ୍ୟ ହୋଇ ପପୁ ଆଉ ଶୋ କରି ନ ପାରି ଫେରିଯାଇଥିବା ଜଣାପଡିଛି।