ଦୁଇଟି ପୃଥକ ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଦେଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁଇଟି ପୃଥକ ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଓ କଟକ ପୋକସୋ ଆଡ଼ହକ ଫାଷ୍ଟଟ୍ରାକ କୋର୍ଟ। ୧୩ ବର୍ଷ ର ନାବାଳିକାକୁ ହୋଇଥିଲା ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ବିରେନ୍ଦ୍ର ନାୟକ କୁ ୨୦ବର୍ଷ ଦଣ୍ଡାଦେଶ ସହିତ ୫୦ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଆଡ଼ହକ ଫାଷ୍ଟଟ୍ରାକ କୋର୍ଟ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୀଡିତା କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମ ରେ ଦିଆଯିବ କ୍ଷତିପୂରଣ। ୨୬ ମାର୍ଚ୍ଚ ୨୦୨୧ରେ ପିଠାପୁର ଅଞ୍ଚଳ ରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା। ୧୧ ଜଣ ସାକ୍ଷୀ ଓ ୧୨ ଟି ତଥ୍ୟ କୁ ଆଧାର କରି ଆସିଛି ଏହି ରାୟ। ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ବିଶ୍ୱଜିତ ରାୟ।ସେହିପରି ଅନ୍ୟ ଏକ ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀ ଦୋଷୀ ସୋମନାଥ ଭୋଇ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ। କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବେ ଦୋଷୀ। ଏହାସହିତ ପିଡ଼ିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ୨୦୨୦ ନଭେମ୍ବର ୪ ତାରିଖରେ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। କଟକ ସଦର ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ଅଦାଲତରେ ୧୬ ଜଣ ସାକ୍ଷୀ ଓ ୧୮ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ହୋଇଛି। ସ୍ୱତନ୍ତ୍ର ପୋକସୋ କୋର୍ଟରେ ସରକାରୀ ଓକିଲ ରମେଶ ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।