ଲୋୟର ପିଏମଜିରେ ବିଜେପି କର୍ମୀ ପୋଲିସ ଖଣ୍ଡ ଯୁଦ୍ଧ: ବିଜେପି ଛାତ୍ର ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କୁ ଅଟକ ରଖିଲା ପୋଲିସ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲୋୟର ପିଏମଜିରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣା,ରାଜ୍ୟ ବିଜେପି ଯୁବମୋର୍ଚ୍ଛା ସଭାପତି ଇରାସିସ ଆଚାର୍ଯ୍ୟ ଅଟକ।ଇରାସିସ ଆଚାର୍ଯ୍ୟଙ୍କ ସହ ୩୦ ଯୁବମୋର୍ଚ୍ଛା ସଦସ୍ୟ ଅଟକ ଥିବା ସୂଚନା।
ଇରାସିସ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି।କ୍ୟାପିଟାଲ ଥାନା ଓ ଖାରବେଳନଗର ଥାନା ପୋଲିସ ଦ୍ୱାରା ୩୦ ଅଟକ।ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି।ଏସିପିଙ୍କ ନେତୃତ୍ୱରେ ୪ ଥାନାଧିକାରୀଙ୍କୁ ନେଇ ଗଠିତ ହେଲା ଟିମ।ଅଭ୍ୟାସଗତ ଅପରାଧିଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ବାର୍ଡ ର ଛାପା।ମାଷ୍ଟରକ୍ୟାଣ୍ଟିନ, ଲୋୟର ପିଏମଜି ଛକର ସିସିଟିଭି ଚାଲିଛି ଯାଞ୍ଚ
ଅଭିଯୁକ୍ତଙ୍କ ବିରୋଧରେ ଲାଗିପାରେ ସଙ୍ଗୀନ ଦଫା।୧୪୭, ୧୪୮, ୧୪୯ , ୩୫୩ , ୩୩୨,୩୨୩ ୩୦୭ ଭଳି ଦଫା ଲାଗିବା ନେଇ ସୂଚନା।ପବ୍ଲିକ ପ୍ରପର୍ଟି ଡ୍ୟାମେଜ ଓ ଆର୍ମସ ଆକ୍ଟରେ ହୋଇପାରେ ମାମଲା।କର୍ମୀଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗରେ ତଦନ୍ତ ପରିସର କୁ ଆସିବେ ନେତା।
ଆଜି ଲୋୟର ପିଏମଜିରେ ରକ୍ତମୁଖା ହୋଇଥିଲେ ବିଜେପି କର୍ମୀ।ଢେଲା ପଥର ମାଡ଼ କରି ୨୧ ପୋଲିସ ଅଧିକାରୀଙ୍କୁ ରକ୍ତାକ୍ତ କରିଥିଲେ।ଗୁରୁତର ଅବସ୍ଥାରେ ୪ ପୋଲିସ ଅଧିକାରୀଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।ଆହତ ପୋଲିସଙ୍କୁ ଭେଟିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।ଡିଜିପି ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି।ଡିଜିପିଙ୍କ ସହ ସିପି, ଟୁଇନସିଟିର ଦୁଇ ଡିସିପି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ।