ଆଜି ପବିତ୍ର ରାମ ନବମୀ, ରାମ ନାମରେ ପ୍ରକମ୍ପିତ ହେଉଛି ଗାଁ ଠୁ ସହର

0

ଓଡ଼ିଆ ନ୍ୟୁଜ୍(ବ୍ୟିରୋ): ଆଜି ଚୈତ୍ର ଶୁକ୍ଳ ନବମୀ, ପବିତ୍ର ରାମ ନବମୀ । ପାପର କ୍ଷୟ ଓ ଧର୍ମସ୍ଥାପନ ପାଇଁ ଆଜିର ଦିନରେ ଧରାରତରଣ କରିଥିଲେ ଭଗବାନ ଶ୍ରୀରାମ ଚନ୍ଦ୍ର। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ ପାଳନ ନେଇ ଆଜି ଗାଁ ଠୁ ସହର ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ। ଉତ୍ସବ ମୁଖର ହୋଇଉଠିଛି ସାରା ଦେଶ । ରାଜ୍ୟ ତଥା ଦେଶର ବିଭିନ୍ନ ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ଲାଗି ରହିଛି। ଭଜନ-କୀର୍ତ୍ତନର ଆୟୋଜନ କରାଯାଇ ଅନେକ ସ୍ଥାନରେ ଭଗବାନ ରାମଙ୍କ ପାଲିଙ୍କି ଯାତ୍ରା ହୋଇଛି । ଭୁବନେଶ୍ୱର ରାମ ମନ୍ଦିରରେ ଭୋର ୫ଟା ୩୦ରେ ମଙ୍ଗଳ ଆରତି ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ପୂର୍ବାହ୍ନ ୭ଟାରେ ଶୃଙ୍ଗାର ଆଳତି ଓ ୮ଟାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତି ଓ ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି କରାଯିବ। ମନ୍ଦିର କମିଟି ଓ କମିଶନରେଟ ପୋଲିସ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଫଳରେ ସୁରୁଖୁରୁରେ ପ୍ରଭୁଙ୍କୁରୁଖୁରୁରେ ମହାପ୍ରଙ ଉତ୍ସବ ମୁଖର ହୋ ବି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଏପଟେ ଭଦ୍ରକରେ ପାଳନ ହେଉଛି ଐତିହାସିକ ରାମ ନବମୀ ପୂଜା । ଭଦ୍ରକ ଗାନ୍ଧୀ ପଡିଆରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ନିରାଡ଼ମ୍ବର ଭାବେ ରାମନବମୀ ପୂଜା ପାଳନ କରାଯାଉଛି । ରାମନବମୀ ପୂଜାରେ ମେଢ଼ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ସେପଟେ ଶ୍ରୀମନ୍ଦିରରେ ମହାଆଡ଼ମ୍ବରରେ ଆରମ୍ଭ ଶ୍ରୀରାମଙ୍କଙ୍କ ଜନ୍ମନୀତି । ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଛି । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରୁଛନ୍ତି । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଛି । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ । ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରିବେ । ଏହାପରେ ଠାକୁର ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରିବେ। ଏଥି ପାଇଁ ଶ୍ରୀମନ୍ଦିରରେ ହୋଉଛି ସ୍ବତନ୍ତ୍ର ଆୟୋଜନ।

Leave A Reply

Your email address will not be published.