ଆଇପିଏଲ ମହାସମର : ୧୨ ରନ୍‌ରେ ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍‌କୁ ପରାସ୍ତ କଲା ଚେନ୍ନାଇ ସୁପର କିଂଗ୍ସ

0
ଓଡ଼ିଆ ନ୍ୟୁଜ (ବ୍ୟୁରୋ ): ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ବାଜି ମାତ କରିଛି ।  ଚିଦାମ୍ବରମ୍‌ ଷ୍ଟାଡିୟମରେ  ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୧୨ ରନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌କୁ ପରାସ୍ତ କରିଛି। ଋତୁରାଜ ଗାଏକ୍ୱାଡଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଚେନ୍ନାଇ ୨୦ ଓଭରରେ ୨୧୭ ରନ କରିଥିଲା। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୨୦୫ ରନରେ ସୀମିତ ରହିଥିଲା। ଚଳିତ ସିଜନରେ ୨ ମ୍ୟାଚରୁ ଚେନ୍ନାଇର ଏହା ପ୍ରଥମ ବିଜୟ ହୋଇଥିବାବେଳେ ଲକ୍ଷ୍ନୌ ଦଳର ପ୍ରଥମ ପରାଜୟ। ଲକ୍ଷ୍ନୌ ପକ୍ଷରୁ କେବଳ କାଏଲ ମେୟର୍ସ (୫୩ ରନ, ୨୨ ବଲ, ୮ ଚୌକା, ୨ ଛକା) ଅର୍ଦ୍ଧଶତକ ହାସଲ କରିଥିଲେ।
ଲୋୟର ଅର୍ଡରରେ ନିକୋଲସ ପୁରନ (୩୨ ରନ, ୧୮ ବଲ, ୨ ଚୌକା, ୩ ଛକା)ଙ୍କ ସମେତ ପ୍ରାୟ ସମସ୍ତ ବ୍ୟାଟର ବିପକ୍ଷ ବୋଲରଙ୍କୁ ସଫଳ ମୁକାବିଲା କରିଥିଲେ ହେଁ ଦଳ ବିଜୟ ଲକ୍ଷ୍ୟଠାରୁ ଦୂରରେ ରହି ଯାଇଥିଲା।
ଚେନ୍ନାଇ ବୋଲରଙ୍କ ମଧ୍ୟରେ ମୋଇନ୍‌ ଅଲୀ ସର୍ବାଧିକ ୪ଟି, ଅମ୍ବାତି ରାୟୁଡ଼ୁଙ୍କ ସ୍ଥାନରେ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ ଖେଳାଳି ତୁଷାର ଦେଶପାଣ୍ଡେ ୨ଟି ଏବଂ ମାର୍କ ଉଡ୍‌ ଗୋଟିଏ ଉଇକେଟ ନେଇଥିଲେ।

Leave A Reply

Your email address will not be published.